କଟକ : ବାଲିଯାତ୍ରା ତଳ ପଡ଼ିଆ ନିକଟ ମହାନଦୀରେ ଅଘଟଣ। ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକଙ୍କ ନାଁ ଶଙ୍କର ମିସ୍ତ୍ରୀ। ସେ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।ସୂଚନା ଅନୁସାରେ, ଶଙ୍କର ମିସ୍ତ୍ରୀ ଶୌଚ ହେବା ପାଇଁ ମହାନଦୀ କୂଳକୁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ ସେ ନଦୀରେ ବୁଡ଼ି ଯାଇଥିଲେ। ପରେ ସେ ନିଖୋଜ ହୋଇଯାଇଥିବା ଖବର ମିଳିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଟିମ୍କୁ ତୁରନ୍ତ ସୂଚନା ଦିଆଯାଇଥିଲା।ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଏହି ଅଭିଯାନରେ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ସାମିଲ ହୋଇଥିବା ବେଳେ ଓଡ୍ରାଫ୍ର ଗୋଟିଏ ଟିମ୍ ମଧ୍ୟ ନିୟୋଜିତ ହୋଇଛି। ବର୍ତ୍ତମାନ ମହାନଦୀରେ ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି।










