26.1 C
Bhubaneswar
Wednesday, November 25, 2026
Homeଓଡିଶାପୂର୍ଣ୍ଣଚନ୍ଦ୍ର କୋକୋ ପାଢ଼ୀ ଏଆଇସିସି ସହପ୍ରଭାରୀ ଭାବେ ଦାୟିତ୍ୱ ନେଲେ

ପୂର୍ଣ୍ଣଚନ୍ଦ୍ର କୋକୋ ପାଢ଼ୀ ଏଆଇସିସି ସହପ୍ରଭାରୀ ଭାବେ ଦାୟିତ୍ୱ ନେଲେ

ଭୁବନେଶ୍ୱର : ଦେଶରେ ଗଣତନ୍ତ୍ର ବିପଦାପନ୍ନ। ଏଭଳି ସମୟରେ ଏ ବର୍ଷର ସମ୍ବିଧାନ ଦିବସ ଗୁରୁତ୍ୱପୂର୍ଣ୍ଣ। ଏହାର ସୁରକ୍ଷା ପାଇଁ ଆସନ୍ତାକାଲି ୨୬ ନଭେମ୍ୱର ଗୁରୁବାର ଭୁବେଶ୍ୱରରେ ହେଉଥିବା ସମ୍ବିଧାନ ରକ୍ଷା ରାଲିରେ ରାଜ୍ୟର ସଚେତନ ନାଗରିକମାନେ ବହୁସଂଖ୍ୟାରେ ଯୋଗ ଦିଅନ୍ତୁ ବୋଲି ଓଡ଼ିଶା ପାଇଁ ନବନିଯୁକ୍ତ ଏଆଇସିସି ସହପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଓରଫ କୋକୋ ପାଢ଼ୀ କଂଗ୍ରେସ ଭବନଠାରେ ଆହ୍ୱାନ ଦେଇଛନ୍ତି।

୨୫ ତାରିଖ ବୁଧବାର ମଧ୍ୟାହ୍ନରେ ବିମାନ ବନ୍ଦରରୁ ଅବତରଣ କରିବା ପରେ ତାଙ୍କୁ ପିସିସିର ଯୁବବର୍ଗ ଦ୍ୱାରା ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଦିଆଯାଇଥିଲା। ଏହାପରେ ସେ ଏକ ଶୋଭାଯାତ୍ରାରେ ଆସି କଂଗ୍ରେସ ଭବନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ପିସିସି ସଭାପତି ଭକ୍ତ ଚରଣ ଦାସ, ସଙ୍ଗଠନ ଉପସଭାପତି ସନ୍ତୋଷ ସିଂ ସାଲୁଜା, ଉପସଭାପତି ଡ. ଲଲାଟେନ୍ଦୁ ମହାପାତ୍ର, ବିଧାୟକ ପ୍ରଫୁଲ୍ଲ ପ୍ରଧାନ ଓ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ପାଢ଼ୀଙ୍କ ପରି ଓଡ଼ିଶା ସହ ଭାବଗତ ଓ ଆତ୍ମିକ ସମ୍ପର୍କ ଥିବା ଯୁବନେତାଙ୍କୁ ଓଡ଼ିଶାର ସଂଗଠନ ଦାୟିତ୍ୱ ଦେଇଥିବାରୁ ପିସିସି ସଭାପତି ଏଆଇସିସି ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଥିଲେ। ଶ୍ରୀ ଦାସ କହିଥିଲେ, ୨୬ ନଭେମ୍ୱର ରାଲିରେ ସବୁ ଜିଲ୍ଲାରୁ ଅନ୍ୟୁନ ଦଶରୁ ପନ୍ଦର ହଜାର ଲୋକ ଯୋଗଦେବେ। ପ୍ରାୟ ପାଞ୍ଚ ହଜାର ବାଇକ୍ ରାଲିରେ ନେତା ଓ କର୍ମୀମାନେ ଆସିବେ ବୋଲି ସେ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ମୂଳ ବାସିନ୍ଦା ପୂର୍ଣ୍ଣଚନ୍ଦ୍ର ପରିବାର ବହୁବର୍ଷ ହେଲା ଛତିଶଗଡରେ ଅବସ୍ଥାନ କରୁଛନ୍ତି। ସେ ପୂର୍ବରୁ ଛତିଶଗଡ଼ ରାଜ୍ୟ ଯୁବ କଂଗ୍ରେସ ସଭାପତି, ରାଷ୍ଟ୍ରୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଓ ଏଆଇସିସିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ନୂଆଦିଲ୍ଲୀର କଂଗ୍ରେସ ରାଜନୈତିକ ମହଲରେ ତାଙ୍କୁ ସମସ୍ତେ ତାଙ୍କ ଡାକନାମ କୋକୋ ଭାବେ ଜାଣନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking