28.1 C
Bhubaneswar
Wednesday, November 25, 2026
Homeଓଡିଶା୩ ବର୍ଷରେ ଜବତ ହେଲାଣି ୯ହଜାରରୁ ଉର୍ଦ୍ଧ୍ୱ ସିଲିଣ୍ଡର : ଯୋଗାଣ ମନ୍ତ୍ରୀ

୩ ବର୍ଷରେ ଜବତ ହେଲାଣି ୯ହଜାରରୁ ଉର୍ଦ୍ଧ୍ୱ ସିଲିଣ୍ଡର : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର :ରାଜ୍ୟରେ ଏଲ୍ପିଜି ଗ୍ୟାସ୍ କଳାବଜାରୀ ଓ ବେଆଇନ ମହଜୁଦକୁ ନେଇ ସରକାରଙ୍କ କଡ଼ା ନଜର। ଗ୍ୟାସ୍ ସିଲିଣ୍ଡରର କଳାବଜାରୀ ରୋକିବାକୁ ରାଜ୍ୟବ୍ୟାପୀ ଚାଲିଛି ଚଢ଼ାଉ ଓ ଯାଞ୍ଚ। ଗତ ୩ ବର୍ଷରେ ୩୦ ଜିଲ୍ଲାରେ ୪ ହଜାର ସ୍ଥାନରେ ଯାଞ୍ଚ କରି ୯ ହଜାରରୁ ଅଧିକ ସିଲିଣ୍ଡର ଜବତ କରିଛି ଯୋଗାଣ ବିଭାଗ। ବିଧାନସଭାରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଏଭଳି ତଥ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ।

ସେ କହିଛନ୍ତି, ଓଡ଼ିଶାରେ ଏଲ୍ପିଜି ଗ୍ୟାସ୍ ବେଆଇନ ମହଜୁଦ ଓ କଳାବଜାରୀ ରୋକିବାକୁ ଯୋଗାଣ ବିଭାଗର ନିୟମିତ ଚଢ଼ାଉ ହେଉଛି । ବିଗତ 3 ବର୍ଷରେ ରାଜ୍ୟର ୩୦ ଜିଲ୍ଲାରେ ୪ ହଜାର ସ୍ଥାନରେ ଯାଞ୍ଚ କରାଯାଇଛି। ଯେଉଁଥିରେ ୯ ହଜାର ୪୯ଟି ଗ୍ୟାସ୍ ସିଲିଣ୍ଡର ଜବତ ହୋଇଥିବା ବେଳେ ୫୧୪ଟି ମାମଲା ରୁଜୁ ହୋଇଛି । ୪୮ଟି ଏଫ୍ଆଇଆର୍ ଏବଂ ୧୧ ଜଣଙ୍କୁ ଗିରଫ କରାଯାଇଛି ।

ତେବେ ଗତ ୩ ବର୍ଷରେ ୯ ହଜାର ୪୯ଟି ଗ୍ୟାସ୍ ସିଲିଣ୍ଡର ଜବତ, ୫୧୪ଟି ମାମଲା ରୁଜୁ ଏବଂ ୧୧ ଜଣଙ୍କ ଗିରଫଦାରୀ ରାଜ୍ୟରେ ବେଆଇନ ଗ୍ୟାସ୍ କାରବାରର ଗମ୍ଭୀରତାକୁ ଦର୍ଶାଉଛି। ଏବେ ପ୍ରଶ୍ନ, ନିୟମିତ ଚଢ଼ାଉ ସତ୍ତ୍ୱେ ଏହି କଳାବଜାରୀ ଉପରେ କେବେ ସମ୍ପୂର୍ଣ୍ଣ ରୋକ୍ ଲାଗିବ? ଗ୍ରାହକଙ୍କୁ ଠିକ୍ ଦାମରେ ଗ୍ୟାସ୍ ଯୋଗାଣ ସୁନିଶ୍ଚିତ କରିବା ସରକାରଙ୍କ ପାଇଁ ଏବେ ବଡ଼ ଆହ୍ୱାନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking