26.1 C
Bhubaneswar
Wednesday, November 25, 2026
Homeଓଡିଶାପରୀକ୍ଷା ସଂସ୍କାର ସମ୍ପର୍କିତ ଉଚ୍ଚକ୍ଷମତା ସମ୍ପନ୍ନ ଟାସ୍କ ଫୋର୍ସର ସଦସ୍ୟମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ପରୀକ୍ଷା ସଂସ୍କାର ସମ୍ପର୍କିତ ଉଚ୍ଚକ୍ଷମତା ସମ୍ପନ୍ନ ଟାସ୍କ ଫୋର୍ସର ସଦସ୍ୟମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପରୀକ୍ଷା ସଂସ୍କାର ସମ୍ପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କ ଫୋର୍ସର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ନିଜର ମତାମତ ରଖି ମୁଖ୍ୟମନ୍ତ୍ରୀ ସମାନ ଯୋଗ୍ୟତା, ବିଷୟ ତଥା ଦାୟିତ୍ୱ ଆବଶ୍ୟକ କରୁଥିବା ବିଭିନ୍ନ ବିଭାଗର ପଦବୀ ଗୁଡ଼ିକରେ ନିଯୁକ୍ତି ପାଇଁ ଗୋଟିଏ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ସହିତ ଏକ ସୁବ୍ୟବସ୍ଥିତ ବାର୍ଷିକ ନିଯୁକ୍ତି ପ୍ରକ୍ରିୟା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି ।ସୂଚନାଯୋଗ୍ୟ ଯେ, ବିଭିନ୍ନ ପରୀକ୍ଷା- ସ୍କୁଲ ବୋର୍ଡ ଠାରୁ ଆରମ୍ଭ କରି ଇଞ୍ଜିନିୟରିଙ୍ଗ୍ ଓ ମେଡିକାଲ ଆଦି ପ୍ରବେଶିକା ପରୀକ୍ଷା ଓ ବିଭିନ୍ନ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କଫୋର୍ସ ଗଠନ କରିଛନ୍ତି ।ଏହି କମିଟି ବିଭିନ୍ନ ରାଜ୍ୟକୁ ଯାଇ ପରୀକ୍ଷା ସମ୍ପର୍କିତ ସଂସ୍କାର ପାଇଁ ପ୍ରସ୍ତାବ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଟାସ୍କଫୋର୍ସର ପ୍ରତିନିଧିମାନେ ଆଜି ଓଡ଼ିଶା ଆସି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଲୋଚନା କରିଛନ୍ତି ।

ଟାସ୍କଫୋର୍ସର ଏହି ସଦସ୍ୟମାନେ ହେଉଛନ୍ତି ଶ୍ରୀ ତପନ କୁମାର ଡେକା, ଅନୀତା କର୍‌ୱାଲ, ପ୍ରଫେସର ଭି. କାମକୋଟି ଏବଂ ସାଳିନୀ ମହାଜନ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ଏକମାତ୍ର ଲକ୍ଷ୍ୟ ହେଉଛି, ଛାତ୍ର ଓ ଯୁବକମାନଙ୍କ ପାଇଁ ଏକ ନିଷ୍ପକ୍ଷ, ସମୟବଦ୍ଧ ଓ ବିଶ୍ୱସନୀୟ ରିକ୍ରୁଟମେଣ୍ଟ ପ୍ରକ୍ରିୟା ପ୍ରଦାନ କରିବା । ତେଣୁ, ସମସ୍ତ ପରୀକ୍ଷା ଗୁଡ଼ିକୁ ସମୟବଦ୍ଧ ଭାବେ ଏବଂ ସ୍ୱଚ୍ଛତାର ସହିତ ଆୟୋଜିତ କରିବା ଏବଂ ଫଳାଫଳକୁ ତୁରନ୍ତ ଘୋଷଣା କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ୨୦୨୪ ଜୁନ ମାସରେ ଦାୟିତ୍ୱ ଗ୍ରହଣ କରିବା ପର ଠାରୁ ରାଜ୍ୟ ସରକାର ବିଭିନ୍ନ ନିଯୁକ୍ତି ପରୀକ୍ଷା ସ୍ୱଚ୍ଛତାର ସହ ଆୟୋଜିତ କରି ୫୨, ୫୧୪ ଟି ନିଯୁକ୍ତି ପ୍ରଦାନ କରିଛନ୍ତି ।

ପରୀକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ସରଳ କରିବା ପାଇଁ ରାଜ୍ୟ ସରକାର କେତେଗୁଡ଼ିଏ ସଂସ୍କାର ଆଣିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର Odisha Public Examinations (Prevention of Unfair Means) Act, 2024 ଲାଗୁ କରିଛନ୍ତି । ସରକାରୀ ଚାକିରୀରେ ସର୍ବୋଚ୍ଚ ବୟସସୀମାକୁ ୪୨କୁ ବୃଦ୍ଧି କରାଯାଇଛି । ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷା ଦେବାପାଇଁ ପ୍ରୟାସର ସଂଖ୍ୟାକୁ ଉଠାଇ ଦିଆଯାଇଛି ଏବଂ ୟୁନିଫର୍ମ୍‌ଡ ସର୍ଭିସ ପାଇଁ ସ୍ୱତନ୍ତ୍ର ଷ୍ଟାଫ୍‌ ସିଲେକ୍ସନ୍ କମିଶନ କରାଯାଇଛି ବୋଲି ସେ କହିଥିଲେ । ଏହାସହିତ ପ୍ରଶାସନିକ ବ୍ୟବସ୍ଥା, ନିୟମ ଓ ପ୍ରକ୍ରିୟାକୁ ଆହୁରି ସରଳ, ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ରାଜ୍ୟ ସରକାର ‘କମିଟି ଅନ୍ ଆଡମିନିଷ୍ଟ୍ରେଟିଭ୍ ଆଣ୍ଡ ଗଭର୍ଣ୍ଣାନ୍‌ସ ରିଫର୍ମ୍‌ସ’ ଗଠନ କରିଛନ୍ତି ବୋଲି ସେ କହିଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଶ୍ରୀ ଡି.କେ ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶ୍ୱାଶ୍ୱତ ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶ୍ରୀ ଏସ୍.ଏନ୍ ଗିରୀଶ୍, ଉଚ୍ଚଶିକ୍ଷା ବିଭାଗର ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଡା. ଏନ୍. ତିରୁମାଲା ନାଏକ ପ୍ରମୁଖ ପରୀକ୍ଷା ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରି ଓଡ଼ିଶାର ଅଭିଜ୍ଞତାକୁ ନେଇ ମତାମତ ରଖିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking