ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ସରଗରମ କଲେଜ କ୍ୟାମ୍ପସ୍ । ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କ୍ୟାମ୍ପସ ହଲଚଲ ଆରମ୍ଭ ହୋଇଛି । ଆସନ୍ତାକାଲି ନାମାଙ୍କନ । କାଲି ଦିନ ୧୦ଟାରୁ ୧ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ ହେବ । ଅକ୍ଟୋବର ୧୦ ତାରିଖ ଦିନ ୧୦ଟାରୁ ୧ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ପ୍ରାର୍ଥିପତ୍ର ଦାଖଲ ହେବା ପରେ ଆରମ୍ଭ ହୋଇଯିବ କ୍ୟାମ୍ପେନିଂ ।
କ୍ୟାମ୍ପସ୍ରେ ବଣ୍ଟା ଚାଲିଛି ଚକ୍ଲେଟ୍, ବିରିୟାନୀ ଓ ପୁସିଂକାଡ୍ । ଅକ୍ଟୋବର ୧୪ରେ ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ, ଅକ୍ଟୋବର ୧୫ ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ, ଅକ୍ଟୋବର ୧୫ ଦିନ ୨ଟା ପରେ ଫଳାଫଳ ଘୋଷଣା ହେବ । ବିଭିନ୍ନ କଲେଜରେ ନିର୍ବାଚନ ହେବାକୁ ଥିବା ବେଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ହେବନାହିଁ ପ୍ରତ୍ୟକ୍ଷ ନିର୍ବାଚନ । ପୂର୍ବଭଳି ସିଲେକ୍ସନ୍ କରାଯିବ ।










