33.1 C
Bhubaneswar
Saturday, October 3, 2026
Homeଦେଶ ବିଦେଶଏସୀୟାନ ଗେମ୍ସରେ ପୁରୁଷ ହକିରେ ଭାରତକୁ ସ୍ୱର୍ଣ୍ଣ

ଏସୀୟାନ ଗେମ୍ସରେ ପୁରୁଷ ହକିରେ ଭାରତକୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ:  ଭାରତୀୟ ପୁରୁଷ ହକି ଟିମ୍ ପଞ୍ଚମ ଥର ପାଇଁ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛି। ଫାଇନାଲରେ ମାଲେସିଆକୁ ୫-୧ ଗୋଲରେ ପରାସ୍ତ କରି ଭାରତ ସ୍ୱର୍ଣ୍ଣ ହାତେଇଛି। ଏହି ବିଜୟ ସହ ଭାରତ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ମଧ୍ୟ ସିଧାସଳଖ ଯୋଗ୍ୟତା ହାସଲ କରିଛି।ଏହା ସହ ଚଳିତ ଏସିଆନ୍ ଗେମ୍ସରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୧ରେ ପହଞ୍ଚିଛି। ଏସିଆନ୍ ଗେମ୍ସ ଇତିହାସରେ ଏହା ଭାରତର ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ। କେବଳ ସେତିକି ନୁହେଁ, ଏସିଆନ୍ ଗେମ୍ସ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ଦଳ ଲଗାତାର ଦ୍ୱିତୀୟ ଥର ହକିରେ ସ୍ୱର୍ଣ୍ଣ ପଦକ ଜିତିଛି। ଏହାସହ ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଏକାସାଙ୍ଗରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ଦଳ ଭଳି ମହିଳା ଦଳ ମଧ୍ୟ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking