ନୂଆଦିଲ୍ଲୀ: ସୁରକ୍ଷା ବାହିନୀ ଦ୍ୱାରା ଉଦ୍ଧାର କରାଯିବା ପୂର୍ବରୁ ସୋମାଲିଆରେ ଜଳଦସ୍ୟୁମାନେ ଏମଟି ହନର ୨୫ ପେଟ୍ରୋଲିୟମ୍ ଉତ୍ପାଦ ଟ୍ୟାଙ୍କର ଉପରେ ଆକ୍ରମଣ କରିଛନ୍ତି। ସେମାନେ ପାଞ୍ଚ ଜଣ କ୍ରୁ ସଦସ୍ୟଙ୍କୁ ହତ୍ୟା କରିଛନ୍ତି ବୋଲି ସୋମାଲିଆର ପୁଣ୍ଟଲ୍ୟାଣ୍ଡର ଅଧିକାରୀମାନେ କହିଛନ୍ତି। ଅପରେସନ୍ ଆରମ୍ଭ ହେବା ପୂର୍ବରୁ, ଜାହାଜରେ ଥିବା ଜଳଦସ୍ୟୁମାନେ ପାଞ୍ଚ ଜଣ କ୍ରୁ ସଦସ୍ୟଙ୍କୁ ହତ୍ୟା କରିଥିଲେ। ମୃତକଙ୍କ ମଧ୍ୟରୁ ତିନି ଜଣ ପାକିସ୍ତାନ, ଜଣେ ମିଆଁମାରର ଏବଂ ଜଣେ ଭାରତୀୟ ନାଗରିକ ଅଛନ୍ତି। ଚାରି ଜଣ କ୍ରୁ ସଦସ୍ୟ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ତିନି ଜଣ ପାକିସ୍ତାନୀ ଏବଂ ଜଣେ ଭାରତୀୟ ଅଛନ୍ତି।ବିଶେଷଜ୍ଞଙ୍କ ଅନୁସାରେ ଇରାନ ଯୁଦ୍ଧର ପ୍ରଭାବ ଯୋଗୁଁ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ତେଣୁ ଜଳଦସ୍ୟୁମାନେ ଟ୍ୟାଙ୍କରଗୁଡ଼ିକୁ ଟାର୍ଗେଟ କରୁଛନ୍ତି । ପୁଣ୍ଟଲ୍ୟାଣ୍ଡର ସୂଚନା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ, ଏକ ଉଦ୍ଧାର ଅଭିଯାନରେ ସଫଳତାର ସହ ଜାହାଜକୁ ମୁକ୍ତ କରାଯାଇଛି ଏବଂ ୧୬ ଜଣ ଜଳଦସ୍ୟୁ ବନ୍ଦୀ ହୋଇଛନ୍ତି।










