ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଟ୍ରିପଲ୍ଏସସି ର ନର୍ସିଂ ଅଫିସର ପରୀକ୍ଷା ଦୁର୍ନୀତି ସମ୍ପର୍କରେ ଉପସ୍ଥାପନ କରି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ବିଭୂତି ଭୂଷଣ ମହାପାତ୍ର କହିଲେ ଯେ ଓଟ୍ରିପଲ୍ଏସସି ଯେତେ ପରୀକ୍ଷା କରାଇଛି ସବୁଥିରେ କେଁ ରହିଛି । ପୂର୍ବରୁ ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆରଆଇ ଓ ଓମିନ ପରୀକ୍ଷାରେ କିଭଳି ଓଟ୍ରିପଲ୍ଏସସି ନିୟମ ଉଲ୍ଲଙ୍ଘନ କରାଯାଇଛି ସେ ସମ୍ପର୍କରେ ଓଡ଼ିଶାବାସୀଙ୍କୁ ଅଛପା ନାହିଁ । ପରୀକ୍ଷା ପାଇଁ ଏଭଳି ବିଜ୍ଞପ୍ତି କରାଯାଏ ଯେ ତା ବିରୋଧରେ ପରୀକ୍ଷାର୍ଥୀମାନେ ହାଇକୋର୍ଟରେ ଷ୍ଟେ ଅର୍ଡର ପାଇଁ ଆବେଦନ କରିଥାନ୍ତି ଏବଂ ପରୀକ୍ଷା ବାତିଲ ହେଇଯାଏ । ପାଖାପାଖି ୭ ହଜାର ପୋଷ୍ଟ ପାଇଁ ନର୍ସିଂ ପରୀକ୍ଷାର୍ଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଓଟ୍ରିପଲ୍ଏସସି ଆହ୍ୱାନ କରିଥିଲା । ଏହାର ପରୀକ୍ଷାରେ ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଓଟ୍ରିପଲ୍ଏସସି ନର୍ସିଂ ଅଫିସର ପରୀକ୍ଷାର ବିଜ୍ଞପ୍ତିରେ ପୃଷ୍ଟା ନମ୍ବର ୮ ରେ ରିଟିନ୍ ଟେଷ୍ଟ ପାଇଁ ନିର୍ଦ୍ଦିଷ୍ଟ ପ୍ଲାନ ରଖାଯାଇଥିଲା । ଅର୍ଥାତ ସବଜେକ୍ଟିଭ ପ୍ରଶ୍ନ କେତ ନମ୍ବର, ପ୍ରାକ୍ଟିକାଲ ସ୍କିଲରୁ କେତେ ନମ୍ବର, ଗଣିତ କେତେ ନମ୍ବର, ଇଂରାଜୀ କେତେ ନମ୍ବର ଆସିବ ତାର ଧାର୍ଯ୍ୟ ହୋଇଥିଲା । କିନ୍ତୁ ପରୀକ୍ଷା ହେଲାବେଳକୁ ଏଥିରେ ପରିବର୍ତ୍ତନ ହୋଇଛି । ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି ପରୀକ୍ଷା ପ୍ରକିୟା ଭିତରେ ମୂଳ ବିଜ୍ଞପ୍ତିର ପରିବର୍ତ୍ତନ କରାଯାଇ ପାରିବ । ଓଟ୍ରିପଲ୍ଏସସି ନର୍ସିଂ ଅଫିସର ପରୀକ୍ଷାରେ କ’ଣ ପାଇଁ ମୂଳ ବିଜ୍ଞପ୍ତିର ପରିବର୍ତ୍ତନ କଲା?
ନର୍ମାଲାଇଜେସନ ଏକ ପ୍ରକ୍ରିୟା ଯେଉଁଥିରେ କି ସରକାର ଯାହାକୁ ଚାହିଁବ ତାକୁ ଚାକିରି ଦେବ । ନର୍ମାଲାଇଜେସନ କରିବା ଫଳରେ ଯୋଗ୍ୟ ପରୀକ୍ଷାର୍ଥିମାନେ ଚାକିରି ପାଇପାରିବେ ନାହିଁ । ୧୦୦ ରୁ ୭୦ ରଖିଥିବା ପରୀକ୍ଷାର୍ଥୀ ଚାକିରି ପାଇନଥିବା ସ୍ଥଳେ ୧୦୦ ରୁ ୩୫ ରଖିଥିବା ପରୀକ୍ଷାର୍ଥିୀ ଏହି ପ୍ରକ୍ରିୟାରେ ଚାକିରି ପାଏ । ଏ ହେଉଛି ଓଟ୍ରିପଲ୍ଏସସିର ନର୍ମାଲାଇଜେସନ ପ୍ରକ୍ରିୟା । ଡିପ୍ଲୋମା ଛାତ୍ର ପାଇଁ ଡିଗ୍ରି ସିଲାବସରୁ ପ୍ରଶ୍ନ ପ୍ରଣୟନ କରାଗଲେ ସେ ଛାତ୍ରଟି ପରୀକ୍ଷା ଦେବେ କେମିତି? ପରୀକ୍ଷା ସରିଲା ପରେ ବି ଓଟ୍ରିପଲ୍ଏସସି ଏ ପର୍ଯ୍ୟନ୍ତ ରସକୋଡ ଦେଇନାହିଁ । ଓଟ୍ରିପଲ୍ଏସସି ତୁରନ୍ତ ସମସ୍ତ ପରୀକ୍ଷାର୍ଥିଙ୍କର ରସକୋଡର ପ୍ରକାଶନ କରୁ? ଓଟ୍ରିପଲ୍ଏସସିର ବିଜ୍ଞପ୍ତିରେ ଯେଭଳି ପରୀକ୍ଷା ହେବ କଥା କୁହାଯାଇଥିଲା ସେଭଳି ପରୀକ୍ଷା କରାଯାଇ ନାହିଁ । ପରୀକ୍ଷା ସମୟରେ ନୋଟିଫିକେସନକୁ ମୋଡିଫିକେସନ କରାଯାଇଛି । ନୋଟିଫିକେସନକୁ ତୁରନ୍ତ ବନ୍ଦ କରାଯାଉ ଓ ଏଭଳି ପରୀକ୍ଷା ପ୍ରକ୍ରିୟାକୁ ବନ୍ଦ କରାଯାଉ । ପୁନର୍ବାର ପରୀକ୍ଷା କରାଯାଉ । ନର୍ମାଲାଇଜେସନ ପ୍ରକ୍ରିୟାକୁ ମଧ୍ୟ ତୁରନ୍ତ ବନ୍ଦ କରାଯାଉ । ସରକାର ଯାହାକୁ ଚାହିଁବେ ତାକୁ ଚାକିରି ଦେବେ ଏହାକୁ ବରଦାସ୍ତ କରାଯିବ ନାହିଁ । ଓଟ୍ରିପଲ୍ଏସସି ଓ ସରକାର ଯଦି ଆଶାୟୀ ମାନଙ୍କର ଦାବି ନ ଶୁଣନ୍ତି ତେବେ ଆଗାମୀ ୩୦ ତାରିଖ ଦିନ ଛାତ୍ର କଂଗ୍ରେସର ସମର୍ଥନରେ ଓଟ୍ରିପଲ୍ଏସସି ଅଫିସ ଘେରାଉ କରାଯିବ । ଓଟ୍ରିପଲ୍ଏସସି ତୁରନ୍ତ ଏ ଦୁର୍ନୀତିପୂର୍ଣ୍ଣ ପ୍ରକ୍ରିୟାକୁ ବନ୍ଦ କରୁ । ପୁର୍ନବାର ପରୀକ୍ଷା କରାଯାଉ । ଓଟ୍ରିପଲ୍ଏସସିର ଚେୟାରମ୍ୟାନ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଦୁର୍ନୀତି କରିବେ ବୋଲି ରସକୋଡ ବାହାର କରିଦେଉନାହାନ୍ତି । ତାଙ୍କ ଇଛାରେ ଚାକିରି ଦିଆଯିବ । ଏଭଳି ମନମାନୀକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି ।










