27.1 C
Bhubaneswar
Wednesday, November 25, 2026
Homeଓଡିଶାଶୂନ୍ୟକାଳରେ ଉଠିଲା ଡାଟା ସେଣ୍ଟର ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ

ଶୂନ୍ୟକାଳରେ ଉଠିଲା ଡାଟା ସେଣ୍ଟର ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ

ଭୁବନେଶ୍ଵର: ବିଧାନସଭାର ଶୀତକାଳୀନ ଅଧିବେଶନରେ ବୁଧବାର ଶୂନ୍ୟକାଳରେ ଉଠିଛି ଡାଟା ସେଣ୍ଟର ପ୍ରସଙ୍ଗ। ଡାଟା ସେଣ୍ଟରକୁ ଖୋଦ୍ ଆମେରିକାର ଲେ ରିଜେକ୍ଟ କରିଥିବା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଆମେରିକା ନିର୍ବାଚନରେ ଗୋଟିଏ ଦଳ ପରାଜୟ ବରଣ କଲା। ଆମ ମୁଖ୍ୟମନ୍ତ୍ରୀ ତାକୁ କୁଣ୍ଢେଇ ଆଣୁଛନ୍ତି ଓଡ଼ିଶାକୁ ବୋଲି ଆକ୍ଷେପ କରିଛନ୍ତି ରଣେନ୍ଦ୍ର।

ସେ କହିଛନ୍ତି ନରାଜକୁ ଆଣୁଛନ୍ତି ଡାଟା ସେଣ୍ଟର। ସେଇଠି ମୁଣ୍ଡଳୀ ଅଛି। କେବଳ ମୁଣ୍ଡଳୀ ପାଇଁ କଟକ, ଭୁବନେଶ୍ବର ଓ ପୁରୀ ପାଣି ପାଉଛି। ଯଦି ସେଇଠି ଏହା ନିର୍ମାଣ ହେବ ତିନି ସହର ହା ହା କାର ପଡ଼ିଯିବ। ଯଦି ଏହାର ନିର୍ମାଣ ହୁଏ ଏହାର ୨୫ କିମି ମଧ୍ୟରେ ରେଡିଏସନ୍ ହେବ। ରେଡିଏସନ୍ ସହିବୁ ଆମେ, ଆଉ ଲହୁଣୀ ଖାଇବ ଆମେରିକା।

ତେଣୁ ଏହା ଉପରେ ସ୍ବତନ୍ତ୍ର ଆଲୋଚନା ଦାବି କରିଛନ୍ତି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସେ କହିଛନ୍ତି ଏ ନେଇ ମୁଖ୍ୟମନ୍ତ୍ରୀ ଶ୍ଵେତପତ୍ର ଜାରି କରନ୍ତୁ। ଏହି ଡାଟା ସେଣ୍ଟର ଉପରେ ସ୍ବତନ୍ତ୍ର ଆଲୋଚନା କରିବାକୁ ସେ ଦାବି କରିଛନ୍ତି। ଚାଇନା ଯେମିତି ନିଜ ଦେଶରେ ଏମିତି ଡାଟା ସେଣ୍ଟର ସମୁଦ୍ର କିମ୍ବା ଉପକୂଳରେ କରିଛି, ଠିକ୍ ସେହିପରି ଓଡ଼ିଶାରେ ମଧ୍ୟ ସେହି ଅନୁରୂପ କରାଯାଉ ବୋଲି ବିଜେଡି ବିଧାୟକ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking