ଭୁବନେଶ୍ଵର: ସାମୁଦ୍ରିକ ଝଡ ଅକବାନ୍ ମନରୁ ନଲିଭୁଣୁ ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ। ଏନେଇ ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଗତ ଗୁରୁବାର ହୋଇଥିବା ୧୫ ଦିନିଆ ଆଗୁଆ ଆକଳନରୁ ଏହି ସୂଚନା ମିଳିଛି। ମାତ୍ରା ଏହାର ସ୍ଥିତି, ତୀବ୍ରତା ଏବଂ ରୂପରେଖ ଜାରି କରି ନାହୁଁ। ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ପ୍ରାୟ ୫ଟି ବାତ୍ୟା ଆସିଥାଏ। ଏଯାବତ୍ ବଙ୍ଗୋପସାଗରରେ ୩ଟି ବାତ୍ୟା ସୃଷ୍ଟି ହୋଇ ସାରିଲାଣି। ୧୯୮୭ ମସିହା ପରେ ଆମେ ଏପରି ସ୍ଥିତିକୁ ସାମ୍ନା କରିଛୁ। ଷ୍ଟ୍ରଙ୍ଗ ଏଲନିନୋ ପାଇଁ ଏପରି ହେଲା ବୋଲି କୁହାଯାଇପାରିବ ବୋଲି କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର।










