ଭୁବନେଶ୍ୱର: କମିବ ରାତି ତାପମାତ୍ରା । ଆସନ୍ତା ୨ରୁ ୩ ଦିନ ଭିତରେ ୩ରୁ ୫ ଡିଗ୍ରୀ ସେଲସିୟସ ଖସିପାରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ଏହି ପୂର୍ବାନୁମାନ ଜାରି କରାଯାଇଛି । ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବ ।ବୁଧବାର ଆକାଶ ମେଘମୁକ୍ତ ରହିପାରେ । ତେବେ ସକାଳ ସମୟରେ କେତେକ ସ୍ଥାନରେ ପାଗ କୁହୁଡିଆ ରହିପାରେ ରହିପାରେ । ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଦେଖାଯାଉନି । ଏପଟେ ଦୁଇ ଦିନ ପାଗ ଶୁଖିଲା ରହିବା ନେଇ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଚଳିତ ମାସର ଶେଷ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲରେ ଯେୁଁ ପୂର୍ବାନୁମାନ କରାଯାଇଥିଲା ସେନେଇ ଆଇଏମଡି ପକ୍ଷରୁ ଏବେ ଆଉ କିଛି କୁହାଯାଇନାହିଁ । ବୁଧବାର ସକାଳେ କଟକ, କେନ୍ଦ୍ରାପଡା, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର , କୋରାପୁଟ, ଖୋରଧା ଜିଲ୍ଲାର କେତେକ ସ୍ଥାନରେ ମଧ୍ୟମ ଧରଣର କୁହୁଡି ହୋଇପାରେ । ବୁଧବାର ସକାଳେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କୋରାପୁଟ ଜିଲ୍ଲାର ସ୍ଥାନେ ସ୍ଥାନେ ଘନ କୁହୁଡି ଦେଖିବାକୁ ମିଳିଛି ।










