ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ପଞ୍ଚମ ଦିନ । ପ୍ରଥମ ତିନି ଦିନର ହଟ୍ଟଗୋଳ ପରେ ଗୃହରେ ଫେରିଛି ସ୍ୱାଭାବିକ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଆଜିଠାରୁ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟର ଖର୍ଚ୍ଚ ଦାବି ଉପରେ ଆଲୋଚନା ଆରମ୍ଭ ହେବ । ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଉପରେ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ତେବେ ଆଜି ଗୃହରେ କୋଟିଆ ପ୍ରସଙ୍ଗ ଉଠିବା ସମ୍ଭାବନା ରହିଛି । ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ କୋଟିଆ ପ୍ରସଙ୍ଗ ଉଠାଇବାରୁ ବାଚସ୍ପତି ପୂର୍ବରୁ ଘୋଷଣା କରିଥିଲେ । ତେଣୁ ଆଜି ଏହି ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହେବାର ସମ୍ଭାବନା ରହିଛି । ସେହିପରି ଆଜି ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ , ଶକ୍ତି, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଯୋଗାଣ, ସମବାୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ସୂକ୍ଷ୍ମ , କ୍ଷୁଦ୍ର , ଉଦ୍ୟୋଗ ବିଭାଗ ସମ୍ପର୍କିକ ପ୍ରଶ୍ନ ଉପରେ ଆଲୋଚନା ରହିଛି ।










