ବେଜିଂ: ମହାକାଶ ଗବେଷଣା କ୍ଷେତ୍ରରେ ଚୀନ୍ ବୁଧବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ଚୀନ୍ ପକ୍ଷରୁ ତିନିଜଣ ମହାକାଶଚାରୀଙ୍କୁ ନେଇ ‘ସେନଝୋଉ-୨୪’ ମାନବବାହୀ ମହାକାଶଯାନର ସଫଳ ଉତକ୍ଷେପଣ କରାଯାଇଛି। ବଡ଼ କଥା ହେଉଛି, ଏହି ଦଳରେ ପାକିସ୍ତାନୀ ନାଗରିକ ମହମ୍ମଦ ଜିଶାନ ଅଲ୍ଲୀ ସାମିଲ ଅଛନ୍ତି, ଯିଏକି ଚୀନର ନିଜସ୍ୱ ‘ତିଆଙ୍ଗଙ୍ଗ’ ମହାକାଶ ଷ୍ଟେସନ ପରିଦର୍ଶନ କରିବାରେ ପ୍ରଥମ ବିଦେଶୀ ମହାକାଶଚାରୀ ହେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି। ଉତ୍ତର-ପଶ୍ଚିମ ଚୀନର ଜିଉକୁଆନ ଉପଗ୍ରହ ଉତକ୍ଷେପଣ କେନ୍ଦ୍ରରୁ ‘ଲଙ୍ଗ ମାର୍ଚ୍ଚ-୨ଏଫ୍’ ରକେଟ୍ ସହାୟତାରେ ଏହି ମହାକାଶଯାନ ଉଡ଼ାଣ ଭରିବାର ମାତ୍ର କିଛି ମିନିଟ୍ ପରେ ଅଧିକାରୀମାନେ ଏହାକୁ ସମ୍ପୂର୍ଣ୍ଣ ସଫଳ ବୋଲି ଘୋଷଣା କରିଛନ୍ତି।ଏହି ତିନିଜଣିଆ ଦଳରେ ମିଶନ କମାଣ୍ଡର ତଥା ପାଇଲଟ୍ ଟାଙ୍ଗ ହଙ୍ଗବୋ, ଫ୍ଲାଇଟ୍ ଇଞ୍ଜିନିୟର ୱୁ ୟି ଏବଂ ପାକିସ୍ତାନୀ ମହାକାଶଚାରୀ ଅଲ୍ଲୀ ରହିଛନ୍ତି। ଚୀନର ମାନବବାହୀ ମହାକାଶ କାର୍ଯ୍ୟକ୍ରମରେ କୌଣସି ବିଦେଶୀ ନାଗରିକ ସାମିଲ ହେବା ଏହା ପ୍ରଥମ ଘଟଣା।










