27.1 C
Bhubaneswar
Wednesday, November 25, 2026
Homeଓଡିଶାବିବାହ ପ୍ରତିଶ୍ରୁତି, ୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ: ଗିରଫ ହେଲେ ଅଭିନେତା

ବିବାହ ପ୍ରତିଶ୍ରୁତି, ୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ: ଗିରଫ ହେଲେ ଅଭିନେତା

ଭୁବନେଶ୍ୱର: ପ୍ରେମରେ ପ୍ରତାରଣା ଓ ବିବାହ ପ୍ରତିଶ୍ରୁତି ଦେଇ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହେଲେ ଅଭିନେତା । ଅଭିଯୁକ୍ତ ହେଉଛନ୍ତି ରାକେଶ କୁମାର ପାଢ଼ୀ । ସେ ନିଜକୁ ପ୍ରଯୋଜକ, ଅଭିନେତା ଓ ବ୍ୟବସାୟୀ ଭାବେ ସୋସିଆଲ ମିଡିଆରେ ପରିଚୟ ଦେଇଥିବା ଜଣାପଡ଼ିଛି ।ସୂଚନା ଅନୁସାରେ, ଏକ ପାର୍ଟିରେ ପୀଡ଼ିତାଙ୍କ ସହ ରାକେଶଙ୍କର ଦେଖା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା । ଏହାର ସୁଯୋଗ ନେଇ ବିବାହର ପ୍ରତିଶ୍ରୁତି ଦେଇ ପର୍ଯ୍ୟାୟକ୍ରମେ ପୀଡ଼ିତାଙ୍କଠାରୁ ୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ପରେ ବିବାହ କଥା ଉଠିବାରୁ ରାକେଶ ଧରାଛୁଆଁ ଦେଇନଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ।

ଏନେଇ ଅଭିଯୋଗ ପରେ କମିଶନରେଟ୍ ପୋଲିସ ରଘୁନାଥପୁର ଅଞ୍ଚଳରେ ଥିବା ତାଙ୍କ ଆପାର୍ଟମେଣ୍ଟରୁ ଗତକାଲି ରାତିରେ ରାକେଶଙ୍କୁ ଗିରଫ କରିଛି। ତାଙ୍କଠାରୁ ମୋବାଇଲ୍ ଫୋନ୍ ସହ କିଛି ଦାମୀ ସାମଗ୍ରୀ ଜବତ ହୋଇଛି । ଅଭିଯୁକ୍ତଙ୍କ ଘର କଟକରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ରଘୁନାଥପୁରରେ ରହୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking