33.1 C
Bhubaneswar
Saturday, October 3, 2026
Homeଓଡିଶାଗାଧୋଇବା ବେଳେ ଜୀବନ ହରାଇଲେ ପର୍ଯ୍ୟଟକ

ଗାଧୋଇବା ବେଳେ ଜୀବନ ହରାଇଲେ ପର୍ଯ୍ୟଟକ

ଜଳେଶ୍ବର : ଦୁଃଖ ଦେଇଗଲା ସୁବର୍ଣ୍ଣରେଖା । ଗାଧୋଇବା ବେଳେ ଜୀବନ ହରାଇଲେ ପର୍ଯ୍ୟଟକ । ଅନ୍ୟ ଏକ ଘଟଣାରେ ବୁଡ଼ିଯାଇ ଦୁଇ ନାବାଳକ ନିଖୋଜ । ଗୋଟିଏ ଘଟଣା ବସ୍ତା ରାଜଘାଟ ଠାରେ ଘଟିଥିବା ବେଳେ ଅନ୍ୟ ଘଟଣାଟି ଘଟିଛି ଶେଖବାଡ଼ି ନିକଟରେ । ଜଣେ ନାବାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଦୁଇ ଘଣ୍ଟା ଖୋଜାଖୋଜି ପରେ ମିଳିଲା ମୃତଦେହ । ମୃତକ ହେଲେ ଅଯୋଧ୍ୟାର ଅଶୋକ ପାଠକର । ବାଲେଶ୍ବର ବସ୍ତା ଥାନା ରାଜଘାଟ ଠାରେ ଘଟିଛି ଏଭଳି ଦୁର୍ଘଟଣା । ଉତ୍ତର ପ୍ରଦେଶ ଅଞ୍ଚଳର କିଛି ପର୍ଯ୍ୟଟକ ଏକ ବସ୍‌ରେ ପୁରୀ ବୁଲିବା ପାଇଁ ଆସିଥିଲେ । କିନ୍ତୁ ବସ୍ତା ଥାନା ରାଜଘାଟ ଠାରେ ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ଅଶୋକ । ଘଟଣା ଜଣାପଡ଼ିବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ୨ ଘଣ୍ଟା ଯାଏ ଚାଲିଥିଲା ଏହି ଉଦ୍ଧାର ଅପରେସନ । ତେବେ ପାଣି ଭିତରୁ ତାଙ୍କ ମୃତଦେହ ମିଳିଥିଲା । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking