33.1 C
Bhubaneswar
Saturday, October 3, 2026
Homeଓଡିଶାନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର : ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ ନାବାଳକ ନିଖୋଜ ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୫ ଜଣ ସାଙ୍ଗ ମିଶି ନଦୀକୁ ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ସାଙ୍ଗ ହଠାତ୍‌ ନଦୀର ଅଧିକ ଗଭୀରତାକୁ ଚାଲିଯିବାରୁ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ସାଙ୍ଗମାନେ ପାଖରେ ଥିବା ଲୋକଙ୍କୁ ଡାକିବାରୁ ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ବହୁତ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ଏହାପରେ ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗ, ଓଡ୍ରାଫ (ODRAF) ଟିମ୍‌ ଏବଂ ଜଳେଶ୍ୱର ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ନିଖୋଜ ନାବାଳକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking