33.1 C
Bhubaneswar
Thursday, October 1, 2026
Homeଓଡିଶାଅକ୍ଟୋବର ୮ରେ ପୁଣି ଓଡ଼ିଶା ବନ୍ଦ ଡାକରା

ଅକ୍ଟୋବର ୮ରେ ପୁଣି ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର : ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ପାଇଁ ମିଳିତ ବିରୋଧୀ ଦଳଙ୍କ ଆହ୍ୱାନ । ‘ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ’ ଓ ‘ଗଣତନ୍ତ୍ର ବଞ୍ଚାଅ’ ନାରାରେ ବନ୍ଦ ପାଳନ କରାଯିବ । ଏନେଇ ଭୁବନେଶ୍ୱରରେ ମିଳିତ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି ।ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ‘ଗଣତନ୍ତ୍ର ବଞ୍ଚାଅ ସପ୍ତାହ’ ପାଳନ କରାଯିବ । ବିଭିନ୍ନ ବ୍ଲକ୍ ଓ ସହରରେ ପଦଯାତ୍ରା, ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ଜାତୀୟ ସଙ୍ଗୀତ ଗାନ କରାଯିବ । ଏହାସହ ଲିଫ୍‌ଲେଟ୍ ବଣ୍ଟନ ଓ ସଭା ମାଧ୍ୟମରେ ଆନ୍ଦୋଳନର ଉଦ୍ଦେଶ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ।

ଅକ୍ଟୋବର ୬ ତାରିଖରେ ଜିଲ୍ଲାସ୍ତରରେ ବଡ଼ ସମାବେଶ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ବନ୍ଦକୁ ସଫଳ କରିବା ପାଇଁ ବ୍ୟବସାୟୀ ସଂଘ, ଟ୍ରାନ୍ସପୋର୍ଟ ଏସୋସିଏସନ୍, ଟ୍ରେଡ୍ ୟୁନିଅନ୍, କର୍ମଚାରୀ ସଂଘ ଓ ଶିକ୍ଷକ ସଂଘ ସମେତ ବିଭିନ୍ନ ସଂଗଠନକୁ ଆହ୍ୱାନ ଦିଆଯାଇଛି ।ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ କଂଗ୍ରେସ, ସିପିଆଇଏମ୍, ସିପିଆଇ, ସିପିଆଇଏମ୍ଏଲ୍, ଫରୱାର୍ଡ ବ୍ଲକ୍, ସମାଜବାଦୀ ପାର୍ଟି, ଆର୍‌ଜେଡି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଅନ୍ୟ ସହଯୋଗୀ ଦଳର ନେତାମାନେ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇଥିଲେ । ଓଡ଼ିଶାର ସ୍ୱାର୍ଥ, ଗଣତନ୍ତ୍ର ଓ ଭୋଟ୍ ଅଧିକାରର ସୁରକ୍ଷା ପାଇଁ ଅକ୍ଟୋବର ୮ର ବନ୍ଦକୁ ସମର୍ଥନ କରିବାକୁ ମିଳିତ ବିରୋଧୀ ଦଳ ପକ୍ଷରୁ ରାଜ୍ୟବାସୀଙ୍କୁ ଅପିଲ୍ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking