ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ପଞ୍ଚମ ଦିନ । ଆଜି ବି ଚାଲିପାରିଲାନି ଗୃହ । ବିରୋଧୀଙ୍କ ହୋହଲ୍ଲାରେ ସରଗରମ ବିଧାନସଭା । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଛନ୍ତି । ବିଜେଡି ବହି ତ୍ରୁଟି ପ୍ରସଙ୍ଗ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିବା ବେଳେ କଂଗ୍ରେସ ସଦସ୍ୟମାନେଏମଏମଡିଆର ପ୍ରସଙ୍ଗକୁ ନେଇ ହୋହଲ୍ଲା କରିଛନ୍ତି । ଏନେଇ ବାଚସ୍ପତି ଗୃହକୁ ପ୍ରଥମେ ୧୧ଟା ୩୦ ଯାଏଁ ମୁଲତବୀ କରିଥିଲେ । ପୁଣି ମୁଲତବୀ ପରେ ଗୃହ କାର୍ଯ୍ୟ ଚାଲିପାରିନଥିଲା । ବିଜେଡି କକ୍ଷତ୍ୟାଗ କରି ଗାନ୍ଧୀ ମାର୍ଗରେ ଧାରଣା ଦେଇଥିଲେ । ଏପଟେ କଂଗ୍ରେସ ସଦସ୍ୟମାନେ ଗୃହରେ ନାରାବାଜି କରି ହଟ୍ଟଗୋଳ କରିଥିଲେ । ଫଳରେ ଧୋଇ ହୋଇଯାଇଥିଲା ପ୍ରଶ୍ନକାଳ । ଏନେଇ ବାଚସ୍ପତି ପୁଣି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।










