31.1 C
Bhubaneswar
Monday, September 28, 2026
Homeଓଡିଶାସାଢେ ୪ କୋଟି ଓଡିଆଙ୍କ ହକ ପାଇଁ ଲଢେଇ: ନବୀନ

ସାଢେ ୪ କୋଟି ଓଡିଆଙ୍କ ହକ ପାଇଁ ଲଢେଇ: ନବୀନ

ଭୁବନେଶ୍ୱର: ଏମଏମଡିଆର ସଂଶୋଧିତ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି । ବିରୋଧୀ ଦଳ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଧାୟକମାନେ ଲୋୟର ପିଏମଜିରେ ବିକ୍ଷୋଭ କରିଛନ୍ତି । ବିକ୍ଷୋଭରେ ଶହ ଶହ ବିଜେଡି କର୍ମୀ , ନେତା ଓ ନେତ୍ରୀ ମଧ୍ୟ ସାମିଲ ଅଛନ୍ତି । ଏପଟେ ବିଧାନସଭା ଚାଲିଥିବା ବେଳେ ବିଜେଡି କକ୍ଷ ତ୍ୟାଗ କରି ଧାରଣାରେ ବିଜେଡି ବିଧାୟକ । ତେବେ ଗାନ୍ଧୀ ମାର୍ଗରେ ନବୀନ ପଟ୍ଟନାୟକ ପହଞ୍ଚି ଏମଏମଡିଆର ପ୍ରସଙ୍ଗରେ କହିଛନ୍ତି, ଓଡିଶାର ସ୍ୱାର୍ଥ ପାଇଁ ଆମେ ଏକାଠି ହୋଇଛୁ । ସାଢେ ୪ କୋଟି ଓଡିଆଙ୍କ ହକ ପାଇଁ ଲଢେଇ ଜାରି ରହିବ । ଜେନ ଜିଙ୍କ ସ୍ୱାର୍ଥ ପାଇଁ ଆମର ଲଢେଇ ଜାରି ରହିବ । ଜେନ ଜି ଓ ଓଡିଶା ବାସୀ ଆପଣଙ୍କୁ କ୍ଷମା ଦେବେ ନାହିଁ । ଲଢେଇରେ ସାମିଲ ହେବାକୁ ସବୁ ଦଳକୁ ଆହ୍ୱାନ କରିଛନ୍ତି ନବୀନ । ଏ ମାଟି ପାଇଁ ଏକାଠି ହେବା ଦରକାର । ଏମଏମଡିଆରକୁ ଆମ ରାଜ୍ୟରେ ଲାଗୁ କରାଇ ଦେବା ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking