31.1 C
Bhubaneswar
Monday, September 28, 2026
Homeଓଡିଶାକଳିଙ୍ଗା ଘାଟି ଭୂସ୍ଖଳନ ସ୍ଥାନ ପରିଦର୍ଶନ କଲେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ

କଳିଙ୍ଗା ଘାଟି ଭୂସ୍ଖଳନ ସ୍ଥାନ ପରିଦର୍ଶନ କଲେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର: ନିକଟରେ ହୋଇଥିବା ଭୀଷଣ ବର୍ଷା ଯୋଗୁଁ କଳିଙ୍ଗା ଘାଟିରେ ହୋଇଥିବ ଭୂସ୍ଖଳନ ସ୍ଥାନର ପ୍ରକୃତ ସ୍ଥିତି ଯାଞ୍ଚ କରିବା ପାଇଁ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି Iପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ NH-157 ଅନ୍ତର୍ଗତ କଳିଙ୍ଗା ଘାଟିର ଦୁଇଟି ଭୂସ୍ଖଳନ ସ୍ଥାନ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ସମ୍ପାଦନ କରିବା ସହ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I

ଭୂସ୍ଖଳନ ସ୍ଥାନଗୁଡ଼ିକରେ ପାହାଡ଼ ପାର୍ଶ୍ୱରେ ବିପଦ ସଂକୁଳ ଅବସ୍ଥାରେ ଥିବା ଢିଲା ପଥର, ନରମ ମାଟି ଓ ଅନ୍ୟାନ୍ୟ ବିପଦ ସୃଷ୍ଟିକାରି ସାମଗ୍ରୀକୁ ତୁରନ୍ତ ହଟାଇବାକୁ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ଯାନବାହନ ଚଳାଚଳକୁ ଅନୁମତି ନଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ଘାଟିର ଦ୍ୱିତୀୟ ଭୂସ୍ଖଳନ ସ୍ଥାନରେ ସୁରକ୍ଷିତ ଏକକ-ଲେନ୍ ଯାତାୟାତ ସହ ତୁରନ୍ତ ଆବଶ୍ୟକ ସଡ଼କ ସୁରକ୍ଷା କାର୍ଯ୍ୟ ହାତକୁ ନିଆଯିବ। ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର ପ୍ରବେଶ ପୂର୍ବରୁ ଏବଂ ପରେ ପ୍ରାୟ ୪୦୦ ମିଟର ଲମ୍ବର ଟେପର୍ ବ୍ୟବସ୍ଥା କରି ଏକକ-ଲେନ୍ ଯାତାୟାତ ପାଇଁ ରାସ୍ତାକୁ ପ୍ରସ୍ତୁତ କରାଯିବ। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବା ପରେ ହିଁ ଯାନବାହନ ଚଳାଚଳକୁ ଅନୁମତି ଦିଆଯିବା ନେଇ ସଚିବ ଶ୍ରୀ ସିଂହ କଡା ନିର୍ଦେଶ ଦେଇଛନ୍ତି।

ସେହିପରି IIT ବିଶେଷଜ୍ଞ ଦଳ ଦ୍ୱାରା ଭୂସ୍ଖଳନର କାରଣ ଅନୁସନ୍ଧାନ କାରାଯିବ । କି.ମି. ୮୬.୩୮୦ ଏବଂ କି.ମି. ୮୬.୬୭୫ରେ IITର ବୈଷୟିକ ବିଶେଷଜ୍ଞ ଦଳ ଦ୍ୱାରା ବିସ୍ତୃତ ସ୍ଥଳ ଅନୁସନ୍ଧାନ କରାଯିବ। ଉଭୟ ସ୍ଥାନରେ ଭୂସ୍ଖଳନର କାରଣ ଚିହ୍ନଟ କରିବା ସହ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ବିଶେଷଜ୍ଞ ଦଳ ଆବଶ୍ୟକ ସୁପାରିଶ ପ୍ରଦାନ କରିବେ। ବିଶେଷଜ୍ଞ ଦଳର ରିପୋର୍ଟ ଓ ସୁପାରିଶ ଆଧାରରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ନୂତନ ନିର୍ମାଣ ତଥା ସଡ଼କ ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯିବ। ସଡ଼କ ସୁରକ୍ଷା ଓ ଯାତାୟାତର ସୁଗମତାକୁ ଦୃଷ୍ଟିରେ ରଖି ସମସ୍ତ ଜରୁରୀକାଳୀନ କାର୍ଯ୍ୟକୁ ତ୍ୱରିତ ଭିତ୍ତିରେ ସମ୍ପାଦନ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ଗସ୍ତ ସମୟରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ସମେତ ଭଞ୍ଜନଗର ଅତିରିକ୍ତ ଜିଲ୍ଲାପାଳ, ଜାତୀୟ ରାଜପଥ ମୁଖ୍ୟ ଯନ୍ତ୍ରୀ- ୧, ଦକ୍ଷିଣାଞ୍ଚଳ ସର୍କଲ, ବ୍ରହ୍ମପୁରର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଫୁଲବାଣୀ ଜାତୀୟ ରାଜପଥ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking