31.1 C
Bhubaneswar
Monday, September 28, 2026
Homeଓଡିଶାଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ଆକ୍ସନ: ୨ ବର୍ଷରେ ୪୧୩ ମାମଲା

ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ଆକ୍ସନ: ୨ ବର୍ଷରେ ୪୧୩ ମାମଲା

ଭୁବନେଶ୍ୱର: ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ହେଉଛନ୍ତି ସରକାର । ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ । ଅପମିଶ୍ରିତ ପନିର ଓ ଛେନା ଚିହ୍ନଟ ପାଇଁ ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ୍ କରାଯାଇଛି ।ଚଢ଼ାଉ ବେଳେ କେବଳ କଟକରେ ୭୧ କ୍ୱିଣ୍ଟାଲ ପନିର ନଷ୍ଟ କରାଯାଇଛି । ସେହିପରି ନିଆଳିରେ ଚଢ଼ାଉ କରାଯାଇ ଅପମିଶ୍ରଣକାରୀଙ୍କ ବିରୋଧରେ BNSର ଧାରା ୨୭୫, ୩୧୮ ଓ ୪୩୫ ଅନୁସାରେ ଏତଲା ରୁଜୁ କରାଯାଇଛି । ଗତ ଦୁଇ ବର୍ଷରେ ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ୯୫ ଲକ୍ଷ ୯୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଏହି ସମୟ ମଧ୍ୟରେ ମୋଟ ୪୧୩ଟି ମାମଲା ରୁଜୁ ହୋଇଥିବା ବେଳେ ୭,୩୨୯ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି ।ବିଏମ୍‌ସି, କେଏମ୍‌ସି ଓ ଆର୍‌ଏମ୍‌ସି ସମେତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରହିଛି । କେବଳ ଭୁବନେଶ୍ୱରରୁ ୨,୮୧୦ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking