ଭୁବନେଶ୍ୱର: ସେପ୍ଟେମ୍ବର ୨୫: ବୁଧବାର ଓଡ଼ିଶାରେ ପ୍ରବେଶ କରିଥିବା ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଶୁକ୍ରବାର ଏହା ନୂଆପଡ଼ା ଜିଲ୍ଲା ଉପରେ କେନ୍ଦ୍ରୀଭୂତ ଥିବା ସୂଚନା ଦେଇଛି ସୋଆ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି)।ଏହି ଅବପାତ ଉତର-ଉତରପଶ୍ଚିମ ଦିଗରେ ଗତି କରି ପୂର୍ବ ଉତରପ୍ରଦେଶ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ ଶୁକ୍ରବାର ଅନୁଗୋଳ, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଶନିବାର ଠାରୁ ପାଗରେ ଉନ୍ନତି ଆସିବା ସହ ଉତର ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି।










