29.1 C
Bhubaneswar
Saturday, September 26, 2026
Homeଓଡିଶାମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବରଖାସ୍ତ କରିବା ପାଇଁ ବାମଦଳର ଦାବି

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବରଖାସ୍ତ କରିବା ପାଇଁ ବାମଦଳର ଦାବି

ଭୁବନେଶ୍ୱର:  ଗତ ୨୩ ସେପ୍ଟେମ୍ବରଇଣ୍ଡିଆନ ଏକ୍ସପ୍ରେସ୍‌ ଖବର କାଗଜରେ ପ୍ରକାଶିତ ଖବରରେ ଦେଶର ୩ଜଣ ନିର୍ବାଚନ କମିଶନରଙ୍କମଧ୍ୟରୁ  ୨ଜଣ ବିିଭିନ୍ନ ପ୍ରସଙ୍ଗରେ ଆପତ୍ତି ଉଠାଇଥିବା ପ୍ରସଙ୍ଗ ଗୁଡ଼ିକ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ଏହା ବର୍ତ୍ତମାନର  ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧୀନରେ ନିର୍ବାଚନ କମିଶନ କିପରିକାର୍ଯ୍ୟ କରୁଛି ତାହା ନେଇ କେତେକ ମୌଳିକ ପ୍ରଶ୍ନ ଉଠିଛି, ଯାହା ସମ୍ପର୍କରେ ଦେଶର ୫ଟି ପ୍ରମୁଖବାମପନ୍ଥୀ ଦଳ ଗତକାଲି ମିଳିତ ପ୍ରତିକ୍ରିୟା ପ୍ରକାଶକରିଛନ୍ତି।ସେନେଇ ଆଜିଓଡ଼ିଶାର ପ୍ରମୁଖବାମପନ୍ଥୀ ଦଳ ଭାରତୀୟକମ୍ୟୁନିଷ୍ଟ ପାର୍ଟି, ଭାରତରକମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ଭାରତରକମ୍ୟୁନିଷ୍ଟ ପାର୍ଟି (ଏମଏଲ) ଲିବରେସନ ଓ ଅଲ୍‌ଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ ନେତୃତ୍ୱଙ୍କୁ ନେଇ ଏକ ମିଳିତ ବୈଠକ ସିପିଆଇ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଅବିଳମ୍ବେ ବହିଷ୍କାର କରିବା, ଭୋଟ ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ତୁରନ୍ତ ବନ୍ଦ କରିବା, ଭୁଲ୍‌ରେବାଦ୍ ପଡ଼ିଥିବାଲୋକଙ୍କଭୋଟ ଦାନ ଅଧିକାର ପୁନଃସ୍ଥାପିତକରିବା, ଭାରତୀୟ ନିର୍ବାଚନ ଆୟୋଗରସ୍ୱାଧୀନ ଏବଂଗଣତାନ୍ତ୍ରିକ କାର୍ଯ୍ୟ ପ୍ରଣାଳୀକୁ ପୁନଃସ୍ଥାପିତ କରିବା, ନିର୍ବାଚନ କମିଶନରଙ୍କ ନିଯୁକ୍ତିର ବର୍ତ୍ତମାନ ବ୍ୟବସ୍ଥାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରସ୍ତାବିତଚୟନ କମିଟି ଯଥା: ପ୍ରଧାନମନ୍ତ୍ରୀ, ବିରୋଧୀ ନେତା ଓ ଭାରତର ପ୍ରଧାନ ବିଚାରପତିଙ୍କୁନେଇଗଠିତକମିଟି ନିର୍ଦ୍ଧାରଣରେ ନିଯୁକ୍ତିକରିବାଇତ୍ୟାଦି ଦାବିକରିବାସହଭାରତର ନିର୍ବାଚନ କମିଶନରଙ୍କକାର୍ଯ୍ୟପ୍ରଣାଳୀସମ୍ପର୍କରେଏହିବୈଠକରେଗଭୀର ଉଦ୍‌ବେଗ ପ୍ରକାଶକରାଯାଇଛି।ମୁଖ୍ୟ ନିର୍ବାଚନ କମିଶନରଙ୍କଏତାଦୃଶଏକଚ୍ଛତ୍ରବାଦୀ କାର୍ଯ୍ୟକଳାପ ପଦବୀରଗାରିମା ଓ ବିଶ୍ୱସନୀୟତାଉପରେ ପ୍ରଶ୍ନବାଚୀସୃଷ୍ଟିକରୁଛି। ୩ଜଣ ନିର୍ବାଚନ କମିଶନରଙ୍କମଧ୍ୟରୁ ୨ଜଣ ମତଦାତା ପଞ୍ଜୀକରଣ, ନାମବାଦ୍ ଦେବା, ପୁନଃସଂଯୋଗଏବଂଏସଆଇଆର୍ ପରିଚାଳନାସମ୍ପର୍କିତ ନିଷ୍ପତ୍ତିଗୁଡ଼ିକସମ୍ପର୍କରେ ଅତିକମ୍‌ରେ ୧୦ ଥର ଆପତ୍ତିଉପସ୍ଥାପନ କରିଛନ୍ତି।ଏହାସତ୍ତ୍ୱେସେମାନଙ୍କବିନା ସମ୍ମତିରେ ମୁଖ୍ୟ ନିର୍ବାଚନ କମିଶନର ଅଗଣତାନ୍ତ୍ରିକଭାବେଏକତରଫା ନିଷ୍ପତ୍ତି ନେଇଥିବାରୁଏହା ଆଇନ ସମ୍ମତ ନୁହେଁବୋଲିସେମାନେ ଚିନ୍ତା ପ୍ରକଟ କରିଛନ୍ତି।ଏହି ପ୍ରକାଶିତ ତଥ୍ୟଗୁଡ଼ିକ ବିରୋଧୀ ଦଳ ଓ ନାଗରିକ ସମାଜ ଭଳି ସଙ୍ଗଠନଗୁଡ଼ିକ ଦ୍ୱାରା ବାରମ୍ବାର ଉଠାଯାଇଥିବା ଚିନ୍ତାକୁ ସ୍ପଷ୍ଟ କରୁଛି ଏବଂ ଏସଆଇଆର ଓ ମତଦାତା ତାଲିକା ପରିଚାଳନାରେ ସ୍ୱଚ୍ଛତା ନ ଥିବା କଥାକୁ ପ୍ରକାଶକରୁଛି। ଦୁଇଜଣ ନିର୍ବାଚନ କମିଶନର ବିଶେଷ ଭାବେ ମତଦାତା ଡାଟାବେଶ୍‌ର କ୍ରମାଗତ କେନ୍ଦ୍ରୀକରଣ ଏବଂରାଜ୍ୟ ଓ ନିର୍ବାଚନ ମଣ୍ଡଳୀସ୍ତରର ବୈଧାନିକ ଅଧିକାରୀମାନଙ୍କ ପ୍ରବେଶ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ଚିହ୍ନଟ କରୁଛି।ଏହାର ପରିଣାମକେବଳ ପ୍ରଶାସନିକସମସ୍ୟାରେସୀମିତ ନୁହେଁ, ତେଣୁ ପ୍ରସଙ୍ଗଟି ଏସଆଇଆରଠାରୁ ଅନେକ ଦୂରକୁ ଚାଲିଯାଉଛି।ଏଭଳି ଯେକୌଣସି ବ୍ୟବସ୍ଥା, ଯେଉଁଥିରେ ଭୋଟ ଦେବାର ଅଧିକାର ସ୍ୱଚ୍ଛ ନୁହେଁ ଓ କେନ୍ଦ୍ରୀୟ ନିୟନ୍ତ୍ରଣାଧୀନ ପ୍ରକ୍ରିୟାଉପରେ ନିର୍ଭରଶୀଳହୁଏ, ତାହା ନିର୍ବାଚନ ବ୍ୟବସ୍ଥାଉପରେଜନସାଧାରଣଙ୍କବିଶ୍ୱାସକୁକ୍ଷୁଣ୍ଣ କରେ।ଏହା ପୂର୍ବରୁକେବେ ମଧ୍ୟ ନିର୍ବାଚନ କମିଶନରବିଶ୍ୱସନୀୟତା ଓ ସ୍ୱାଧୀନତାଏତେ ନିମ୍ନସ୍ତରକୁ ଯାଇ ନ ଥିଲା।ତେଣୁମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଅଗଣତାନ୍ତ୍ରିକ ଏକଛତ୍ରବାଦୀ କାର୍ଯ୍ୟ ପାଇଁ ବ୍ୟବସ୍ଥାରେ ହେରଫେର୍ ଓ ପ୍ରତିଷ୍ଠାନ ଉପରେଲୋକଙ୍କବିଶ୍ୱାସକୁକ୍ଷୟକରିବା ପାଇଁତାଙ୍କୁଉତ୍ତରଦାୟୀକରାଯିବା ଆବଶ୍ୟକ।

ଉପରୋକ୍ତ ପ୍ରସଙ୍ଗନେଇ ଦେଶରବାମପନ୍ଥୀ ଦଳଗୁଡ଼ିକ ଦେଶ ବ୍ୟାପୀଏହାର ସମସ୍ତଶାଖାମାନଙ୍କୁ ୨୬ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆହ୍ୱାନ ଦେଇଛନ୍ତି।ମିଳିତ ବୈଠକରେ ଭୁବନେଶ୍ୱରଠାରେ ୪ ବାମପନ୍ଥୀ ଦଳ ଯଥା: ସିପିଆଇ, ସିପିଆଇ(ଏମ), ସିପିଆଇ (ଏମ୍‌ଏଲ) ଲିବରେସନ ଓ ଅଲ୍‌ଇଣ୍ଡିଆ ଫରୱାର୍ଡବ୍ଲକ ପକ୍ଷରୁ ଆସନ୍ତା ୨୬ ସେପ୍ଟେମ୍ବର ଦିନ ୧୧ଟା ସମୟରେ ମାଷ୍ଟରକ୍ୟାଌକ୍ଷଗ୍ଧ;ିନ ଛକଠାରେ ଏକ ମିଳିତ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତହେବା ପାଇଁ ନିଷ୍ପତ୍ତି ଗ୍ରହଣକରାଯାଇଛି ଓ ସମସ୍ତ ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ବାମପନ୍ଥୀବିରୋଧୀ ଦଳ, ନାଗରିକସମାଜସଙ୍ଗଠନ ଏହି ଆନ୍ଦୋଳନରେସାମିଲହେବା ପାଇଁ ଆହ୍ୱାନ ଦିଆଯାଇଛି।ଉକ୍ତବୈଠକରେସିପିଆଇରାଜ୍ୟସମ୍ପାଦକ ଡ. ପ୍ରଶାନ୍ତ କୁମାରମିଶ୍ର, ସିପିଆଇ(ଏମ୍‌) ରାଜ୍ୟସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଆଇ (ଏମ୍‌ଏଲ) ଲିବରେସନ ରାଜ୍ୟସମ୍ପାଦକ ଯୁଧିଷ୍ଠିରମହାପାତ୍ର ଓ ଅଲ୍‌ଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ସମେତ ସିପିଆଇର ବରିଷ୍ଠନେତା ଆଶିଷ କାନୁନ୍‌ଗୋ, ନାରାୟଣରେଡି, ଜୟନ୍ତ ଦାସ, ସିପିଆଇ(ଏମ୍‌)ର ବରିଷ୍ଠନେତା ବଦ୍ରିନାରାୟଣ ଦାଶ, ସିପିଆଇ(ଏମଏଲ) ଲିବରେସନର ବରିଷ୍ଠ ନେତାବଂଶୀଧର ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣକରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking