27.1 C
Bhubaneswar
Saturday, September 19, 2026
Homeଓଡିଶାସୋଆ ଦନ୍ତ ଚିକିତ୍ସା ଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମ୍‌ଆର୍ ଏମ୍‌ଡିଏସ୍ ଥେସିସ୍ ଗ୍ରାଂଟ

ସୋଆ ଦନ୍ତ ଚିକିତ୍ସା ଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମ୍‌ଆର୍ ଏମ୍‌ଡିଏସ୍ ଥେସିସ୍ ଗ୍ରାଂଟ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍‌ସେସ୍ (ଆଇଡିଏସ୍‌)ର ଦୁଇଜଣ ସ୍ନାତକୋତର ଛାତ୍ରୀ ୨୦୨୬ ପାଇଁ ଆଇସିଏମ୍‌ଆର୍ ଏମ୍‌ଡିଏସ୍ ଥେସିସ୍ ଗ୍ରାଂଟ ନିମନ୍ତେ ମନୋନୀତ ହୋଇଛନ୍ତି । ଏକାଡେମିକ୍ ଉତ୍କର୍ଷତା ଓ ଗବେଷଣା ପ୍ରତି ସେମାନଙ୍କ ପ୍ରତିବଦ୍ଧତାର ସ୍ୱୀକୃତି ସ୍ୱରୂପ ଏହି ସମ୍ମାନଜନକ ଗ୍ରାଂଟ ପ୍ରଦାନ କରାଯାଇଛି । ଡାକ୍ତର ସିଦ୍ଧି ପଟ୍ଟନାୟକ ଓ ଡାକ୍ତର ସୋହିନୀ ନିୟୋଗୀ ସେମାନଙ୍କ ସ୍ନାତକୋତର ଗବେଷଣା କାର୍ଯ୍ୟ ପାଇଁ ଏହି ଗ୍ରାଂଟ ପାଇଛନ୍ତି । ଏହା ଉଭୟ ଛାତ୍ରୀଙ୍କ ସହ ଇନ୍‌ଷ୍ଟିଚ୍ୟୁଟ୍ ପାଇଁ ମଧ୍ୟ ଏକ ଉଲ୍ଲେଖନୀୟ ସଫଳତା । ଏହି ଗବେଷଣା ପ୍ରକଳ୍ପଗୁଡ଼ିକ ଆଇଡିଏସର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ ଏବଂ ଡାକ୍ତର ମନୀଷା ଦାସଙ୍କ ମାଗଦର୍ଶର୍ନରେ ଚାଲିଛି । ଶନିବାର ଆୟୋଜିତ ଏକ ସମ୍ବର୍ଦ୍ଧନା ସମାରୋହରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉଭୟ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ସଫଳତାର ପ୍ରଶଂସା କରିଥିଲେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ସଫଳତା ଦନ୍ତ ଚିକିତ୍ସା ବିଜ୍ଞାନରେ ଗବେଷଣା, ବୈଜ୍ଞାନିକ ଅନୁସନ୍ଧାନ ଓ ନବସୃଜନକୁ ପ୍ରୋତ୍ସାହନ ଦେବା ଦିଗରେ ଆଇଡିଏସ୍‌ର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି । ଏହି ସ୍ୱୀକୃତି ଛାତ୍ରୀମାନଙ୍କୁ ଅଧିକ ପ୍ରଭାବଶାଳୀ ଗବେଷଣା କରିବା ସହ ମୁଖ ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ପ୍ରେରଣା ଯୋଗାଇବ । ପ୍ରଫେସର (ଡକ୍ଟର) ନାୟକ ଓ କୁଳପତି ପ୍ରଫେସର ନନ୍ଦ ଛାତ୍ରୀମାନଙ୍କ ମାର୍ଗଦର୍ଶକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଏକାଡେମିକ୍ ଓ ଗବେଷଣା କ୍ଷେତ୍ରରେ ନିରନ୍ତର ସଫଳତା କାମନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking