21.1 C
Bhubaneswar
Sunday, November 29, 2026
Homeଓଡିଶାକ୍ୟାଣ୍ଡିଡ୍‌ ଫଟୋଗ୍ରାଫି ଓ କଣ୍ଟେଣ୍ଟ କ୍ରିଏସନ୍ କର୍ମଶାଳା ଉଦ୍‌ଘାଟିତ

କ୍ୟାଣ୍ଡିଡ୍‌ ଫଟୋଗ୍ରାଫି ଓ କଣ୍ଟେଣ୍ଟ କ୍ରିଏସନ୍ କର୍ମଶାଳା ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ତିନି ଦିନିଆ ‘କ୍ୟାଣ୍ଡିଡ୍‌ ଫଟୋଗ୍ରାଫି ଓ କଣ୍ଟେଣ୍ଟ କ୍ରିଏସନ୍’ କର୍ମଶାଳା ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି କର୍ମଶାଳା ଆସନ୍ତା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।’କ୍ୟାଣ୍ଡିଡ୍‌ ଫଟୋଗ୍ରାଫି ଓ କଣ୍ଟେଣ୍ଟ କ୍ରିଏସନ୍’ କର୍ମଶାଳାରେ ବିଶିଷ୍ଟ ଫଟୋଗ୍ରାଫର ତଥା ଭିଜୁଆଲ ଆର୍ଟିଷ୍ଟ ଶ୍ରୀ ଦେବୀ ମୁଖାର୍ଜୀ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଏହି କର୍ମଶାଳାରେ ସର୍ବମୋଟ୍ ୧୨ଟି ମଡ୍ୟୁଲ୍‌ରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଫଟୋଗ୍ରାଫିର ବେସିକ୍ କନ୍‌ସେପ୍ଟ ଠାରୁ ଆରମ୍ଭ କରି ଷ୍ଟ୍ରିଟ୍ ଓ କ୍ୟାଣ୍ଡିଡ ଫଟୋଗ୍ରାଫି, ଐତିହ୍ୟ ଫଟୋଗ୍ରାଫି, ଡକ୍ୟୁମେଣ୍ଟ୍ରି ଫଟୋଗ୍ରାଫି, ଭିଜୁଆଲ ଷ୍ଟୋରୀ ଟେଲିଙ୍ଗ, ଡିଜିଟାଲ ପ୍ଲାଟଫର୍ମ ପାଇଁ ଭିଡିଓ ପ୍ରସ୍ତୁତ କରିବା, ରିଲ୍ସ ପ୍ରସ୍ତୁତ କରିବା ଏବଂ ଫଟୋ ଓ ଭିଡିଓ ଏଡିଟିଙ୍ଗ ଆଦି ବିଷୟବସ୍ତୁ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।

ଏଥିସହ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରାକ୍ଟିକାଲ୍ ଏକ୍ସପୋଜର ପ୍ରଦାନ କରିବା ପାଇଁ ସେମାନଙ୍କୁ ବିଭିନ୍ନ ଗ୍ରୁପ୍‌ରେ ବିଭକ୍ତ କରାଯାଇ ଆସାଇନ୍‌ମେଣ୍ଟ ପ୍ରଦାନ କରାଯାଇଛି।ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, ଆଜିର ଡିଜିଟାଲ ଓ କୃତ୍ରିମ ବୁଦ୍ଧିମତା ଯୁଗରେ ଯୁବବର୍ଗଙ୍କୁ ଫଟୋଗ୍ରାଫି, ଭିଡିଓଗ୍ରାଫି, କଣ୍ଟେଣ୍ଟ କ୍ରିଏସନ୍‌ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏହି କର୍ମଶାଳାର ଆୟୋଜନ ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଯୁବପିଢ଼ିଙ୍କ ସୃଜନଶୀଳତାର ଅଭିବୃଦ୍ଧି ସହ ସେମାନଙ୍କ ଦକ୍ଷତା ବିକାଶ ଦିଗରେ ଏହି କର୍ମଶାଳା ଏକ ପ୍ରମୁଖ ଭୂମିକା ନିର୍ବାହ କରିବ। ଏଥିସହ ଡିଜିଟାଲ କଣ୍ଟେଣ୍ଟ କ୍ରିଏସନ୍‌ କ୍ଷେତ୍ରରେ ଦକ୍ଷତା ବିକାଶ ହେବା ଦ୍ୱାରା ଆଗାମୀ ଦିନରେ ପ୍ରଶିକ୍ଷାର୍ଥୀମାନେ ମଧ୍ୟ ଏହି କ୍ଷେତ୍ରରେ ନିଜର ଭବିଷ୍ୟତ ନିର୍ମାଣ କରିପାରିବେ ବୋଲି ସଚିବ ଡ଼ା. ଉପାଧ୍ୟାୟ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଓ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ଼. ଭାରତୀ ପାଲ ଉପସ୍ଥିତ ଥିଲେ। ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଡ଼. ଦେବଯାନୀ ଭୂୟାଁ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking