ଭୁବନେଶ୍ୱର: ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳ ନିଲମ୍ବିତ । କଟକ ସର୍କଲ ଜେଲର ସିନିୟର ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳ ନିଲମ୍ବିତ ହୋଇଛନ୍ତି । ସେହିପରି ବାଣିଜ୍ୟ ଏବଂ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ ମଧ୍ୟ ନିଲମ୍ବିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଗିରଫ ହୋଇ ୪୮ ଘଣ୍ଟାରୁ ଅଧିକ ସମୟ ଜେଲରେ ରହିଥିବାରୁ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ଚୌଦ୍ୱାର ଜେଲରୁ କଏଦୀ ଫେରାର ଘଟଣାରେ ସୁଜିତ ରାଉଳ ନିଲମ୍ବିତ ହୋଇଛନ୍ତି।
ସୂଚନା ଅନୁସାରେ ଗୁରୁବାର ରାତିରେ ଖାରବେଳ ନଗର ପୋଲିସ ସୀମା ମଧ୍ୟରେ ଥିବା ଜଣେ ମହିଳା ସହକର୍ମୀଙ୍କ ଘର ବାହାରେ ବରିଷ୍ଠ ଓଏଏସ ଅଧିକାରୀ ଅରୁଣ କୁମାର ବିଶ୍ୱାଳ ନିଶାଗ୍ରସ୍ତ ଅବସ୍ଥାରେ ସେ ମହିଳାଙ୍କ ଘର ଭିତରକୁ ଜୋର ଜବରଦସ୍ତ ପଶି ତାଙ୍କୁ ଶାରୀରିକ ଆକ୍ରମଣ କରିଥିଲେ । ଏବଂ ପୋଲିସକୁ ନଜଣାଇବା ପାଇଁ ତାଙ୍କୁ ଧମକ ମଧ୍ୟ ଦେଇଥିଲେ । ହେଲେ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ, ଅରୁଣ ବିଶ୍ୱାଳ କିଛି ମାସ ଧରି ତାଙ୍କୁ ଅସଦାଚରଣ ବ୍ୟବହାର ସହ ହଇରାଣ କରୁଛନ୍ତି । ମହିଳା କର୍ମଚାରୀଙ୍କ ଅଭିଯୋଗ ଆଧାରରେ ପୋଲିସ ଗତ ଶୁକ୍ରବାର ଦିନ ବାଣିଜ୍ୟ ଏବଂ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳଙ୍କୁ ଥାନାକୁ ନେଇ ପଚରାଉଚରା କରି ଅଟକ ରଖିଥିଲା । ପରେ ତାଙ୍କୁ ଗିରଫ କରାଯାଇ ଏବେଜେଲରେ ରହିଛନ୍ତି । ଗିରଫ ହେବାର ୪୮ ଘଣ୍ଟାରୁ ଅଧିକ ସମୟ ଜେଲରେ ରହିଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ।










