28.1 C
Bhubaneswar
Friday, September 25, 2026
Homeଓଡିଶାଚଳିତବର୍ଷ ଲାଇଭ୍ ଷ୍ଟ୍ରିମିଂହେବ କଟକ ଦୁର୍ଗାପୂଜା

ଚଳିତବର୍ଷ ଲାଇଭ୍ ଷ୍ଟ୍ରିମିଂହେବ କଟକ ଦୁର୍ଗାପୂଜା

କଟକ:  କଟକ ଦୁର୍ଗାପୂଜାର ଦୃଶ୍ୟ ଏଣିକି ଘରେ ବସି ଦେଖିପାରିବେ। ଚଳିତବର୍ଷ କଟକ ଦୁର୍ଗାପୂଜା ଓ ଭସାଣିର ହେବ ସିଧା ପ୍ରସାରଣ। ରଥଯାତ୍ରା ଓ ବାଲିଯାତ୍ରା ଭଳି କଟକର ଐତିହାସିକ ଦୁର୍ଗାପୂଜାକୁ ମଧ୍ୟ ଲାଇଭ୍ କରିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ। ସୂଚନା ଓ ପ୍ରସାରଣ ବିଭାଗର ନିର୍ଦ୍ଦେଶକଙ୍କ ସହ ଏ ନେଇ ଆଲୋଚନା ହୋଇଥିବା କହିଛନ୍ତି ଜିଲ୍ଲାପାଳ। ଲାଇଭ୍ ଷ୍ଟ୍ରିମିଂ ପାଇଁ ବିଭାଗ ପକ୍ଷରୁ ସହମତି ମିଳିଥିବା ବେଳେ ଟେକ୍ନିକାଲ୍ ଟିମ୍ ମଧ୍ୟ କଟକ ଆସିବ। ପୂଜା ସମୟରେ କଟକର ବିଭିନ୍ନ ମଣ୍ଡପର ଆକର୍ଷଣୀୟ ସାଜସଜ୍ଜା, ମା’ଙ୍କ ଦର୍ଶନ ଓ ଭସାଣି ଶୋଭାଯାତ୍ରାର ଦୃଶ୍ୟ ଲୋକେ ଘରେ ବସି ଦେଖିପାରିବେ। ୟୁଟ୍ୟୁବ୍ ସହ କଟକ ଜିଲ୍ଲା ପ୍ରଶାସନର ୱେବସାଇଟ୍ ରେ ଉପଲବ୍ଧ ହେବ ଏହି ସିଧା ପ୍ରସାରଣ। ଅର୍ଥାତ୍, କଟକର ଦୁର୍ଗାପୂଜାର ରଙ୍ଗ, ରୋଶଣୀ ଓ ଭସାଣିର ଝଲକ ଏଥର ଘରେ ବସି ଦେଖିବେ ସାରା ଦୁନିଆର ଲୋକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking