ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବି କଲେ ନବୀନ । ତୁରନ୍ତ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପୁନଃସମୀକ୍ଷା ଆବଶ୍ୟକ । ଏସଆଇଆର କାର୍ଯ୍ୟକ୍ରମକୁ ବିଜେଡି ପ୍ରଥମରୁ ବିରୋଧ କରୁଛି କହିଛନ୍ତି ନବୀନ । ଅନ୍ୟପଟେ ଏମଏମଡିଆର ବିଲ ପ୍ରତ୍ୟାହାର ଦାବି କଲେ ନବୀନ ପଟ୍ଟନାୟକ । ଏମଏମଡିଆର ବିଲକୁ ବିଜେଡି ବିରୋଧ କରୁଛି କହିଲେ ନବୀନ । ସଂସଦରେ ଓଡିଶାର ୨୦ ବିଜେପି ସାଂସଦ ଚୁପ ରହିଲେ । ପୁନଃ ସମୀକ୍ଷା ପାଇଁ ଦାବି କରି ଆସୁଛି ବିଜୁ ଜନତା ଦଳ ଆହୁରି କହିଛନ୍ତି, ଏମଏମଡିଆର ବିଲର ପୁନଃ ସମୀକ୍ଷା ପାଇଁ ଚାପ ପକାଇବ ବିଜେଡି । ଓଡିଶା ରାଜସ୍ୱ ପାଇଁ ବଡ କ୍ଷତି ଆଣିବ ଏମଏମଡିଆର ବିଲ ।










