28.1 C
Bhubaneswar
Friday, September 25, 2026
Homeଓଡିଶାବିରୋଧୀଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ବିରୋଧୀଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବି ଗୃହରେ ଅଚଳ ଅବସ୍ଥା ଦେଖାଦେଇଛି । ବିରୋଧୀଙ୍କ ହଟ୍ଟଗୋଳରେ ଚାଲିପାରିଲାନି ଗୃହ । ମାତ୍ର ୪ ମିନିଟ ପ୍ରଶ୍ନୋତ୍ତର ପରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କଲେ ଉପବାଚସ୍ପତି ଭୀମ ଶଙ୍କର ଭୋଇ । ତିନି ଦିନ ଧରି ବିଧାନସଭା ଅଚଳ ରହିଥିବା ବେଳେ ଆଜି ବି ସ୍ୱାଭାବିକ ଭାବେ ଚାଲିପାରିଲାନି ଗୃହ । କଂଗ୍ରେସ ଏମଏମଡିଆର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିବା ବେଳେ , ବିଜେଡି ବହି ତ୍ରୁଟି ପ୍ରସଙ୍ଗ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ସରକାରଙ୍କୁ ଘେରିଛି । ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି  ବିରୋଧୀ ପୋଷ୍ଟର ଧରି ବ୍ୟାନର ପିନ୍ଧି ନାରାବାଜି କରିଥିଲେ । ଫଳରେ ଗୃହକାର୍ଯ୍ୟ ଚାଲିପାରିନଥିଲା । ଏନେଇ ଉପବାଚସ୍ପତି ଗୃହକୁ ଅପରାହ୍ନ ୪ଟାଯାଏଁ ମୁଲତବୀ କରିଛନ୍ତି । ତେବେ ବଡ କଥା ହେଉଛି , ଯଦି ଗୃହରେ ଏଭଳି ଅଚଳ ଅବସ୍ଥା ଜାରି ରହିବ ତେବେ ଲୋକଙ୍କ ଅଞ୍ଚଳର ସମସ୍ୟାର ସମାଧାନ ହେବ କିପରି ?

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking