27.1 C
Bhubaneswar
Tuesday, September 22, 2026
Homeଓଡିଶାଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନ ପୂର୍ବରୁ ଗତକାଲି ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ବିଧାୟକ ଦଳ ବୈଠକ କରାଯାଇ ଗୃହରେ ଉଠାଯିବାକୁ ଥିବା ବିଭିନ୍ନ ପ୍ରସଙ୍ଗ ଓ ରଣନୀତି ନେଇ ଆଲୋଚନା ହୋଇଛି । ଚଳିତ ଅଧିବେଶନରେ ବିଶଏଷ କରି ଏମଏମଡିଆର ଆକ୍ଟ, ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି, ଆଇନଶୃଙ୍ଖଳା, କୃଷକ ସମସ୍ୟା ଓ ବନ୍ୟା ପରିଚାଳନା ଭଳି ପ୍ରସଙ୍ଗ ଗୁରୁତ୍ୱ ପାଇପାରେ । ଚଳିତ ମୌସୁମୀ ଅଧିବେଶନ ୨୨ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୩ ଅକ୍ଟୋବର ଯାଏଁ ଚାଲିବ । ମୋଟ ୧୨ ଦିନର ଅଧିବେଶନରେ ୯ଟି କାର୍ଯ୍ୟଦିବସ ରହିବ । ସ୍ୱଳ୍ପ ସମୟର ଏହି ଅଧିବେଶନରେ ବିରୋଧୀ ଦଳଗୁଡିକ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତୁତ ଥିବାରୁ ଗୃହରେ ଆଲୋଚନା ଜୋରଦାର ହେବାର ସମ୍ଭାବନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking