29.1 C
Bhubaneswar
Friday, September 18, 2026
Homeଓଡିଶାସେମିକନ୍‌ ଇଣ୍ଡିଆ ୨୦୨୬ରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ

ସେମିକନ୍‌ ଇଣ୍ଡିଆ ୨୦୨୬ରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସେମିକନ୍‌ ଇଣ୍ଡିଆ ୨୦୨୬ରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ନୂଆଦିଲ୍ଲୀର ଯଶୋଭୂମିଠାରେ ଓଡ଼ିଶା ପାଭିଲିୟନର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପାଭିଲିୟନ ଓଡ଼ିଶାର ସେମିକଣ୍ଡକ୍ଟର ପ୍ରସ୍ତାବକୁ ସମ୍ମୁଖକୁ ଆଣିବା ସହ ସେମିକଣ୍ଡକ୍ଟର ନିର୍ମାଣ, ଆଡଭାନ୍ସଡ୍ ପ୍ୟାକେଜିଂ, ଚିପ୍ ଡିଜାଇନ୍ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପ୍ରମୁଖ ପ୍ରକଳ୍ପ, ନୀତିଗତ ପ୍ରୋତ୍ସାହନ, ଭିତ୍ତିଭୂମି ଏବଂ ପୁଞ୍ଜିନିବେଶର ସୁଯୋଗଗୁଡ଼ିକୁ ପ୍ରଦର୍ଶିତ କରୁଛି। ପୁଞ୍ଜିନିବେଶ, ଇନୋଭେସନ ଏବଂ କୁଶଳୀ ରୋଜଗାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଭାରତର ସେମିକଣ୍ଡକ୍ଟର ଅଭିବୃଦ୍ଧିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବା ପାଇଁ ଓଡ଼ିଶା ଆବଶ୍ୟକୀୟ ପରିବେଶ ସୃଷ୍ଟି କରୁଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ  ସେମିକନ୍ ଇଣ୍ଡିଆ  ୨୦୨୬ ପାଇଁ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଏଥିରେ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ନେତୃବୃନ୍ଦ, ପୁଞ୍ଜିନିବେଶକାରୀ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗୀମାନଙ୍କୁ ଏକତ୍ରିତ କରିବାର ଏକ ପ୍ରମୁଖ ମାଧ୍ୟମ। ଶିଳ୍ପ ବିଶେଷଜ୍ଞ, ପୁଞ୍ଜିନିବେଶକାରୀ ଏବଂ ପ୍ରଯୁକ୍ତିବିଦ୍ୟା ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଓଡ଼ିଶାର ସାମର୍ଥ୍ୟ, ନୀତିଗତ ସହାୟତା ଏବଂ ନୂତନ ସୁଯୋଗଗୁଡ଼ିକୁ ବିଶେଷ ଭାବରେ ଉପସ୍ଥାପନ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking