ନୂଆଦିଲ୍ଲୀ: ପାକିସ୍ତାନ ଖାଇବର ପଖତୁନଖ୍ୱାରେ ଆତ୍ମଘାତୀ ବିସ୍ଫୋରଣ । ଆତ୍ମଘାତୀ ବିସ୍ଫୋରଣରେ ୧୫ ମୃତ , ଆଉ ୨୫ ଗୁରୁତର ହୋଇଥିବା ସୂଚନା ମିଳିଛି । ପ୍ରଦେଶର କୋହତ ଜିଲ୍ଲାର ପୁରୁଣା ପୋଲିସ ଲାଇନ୍ସ ନିକଟରେ ଶୁକ୍ରବାର ନମାଜ ପାଠ ଚାଲିଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଖବର ପାଇ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ସମେତ ଉଦ୍ଧାରବାହିନୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରେସ୍କ୍ୟୁ ୧୧୨୨ ଖାଇବର ପଖତୁନଖ୍ୱାର ମୁଖପାତ୍ର ବିଲାଲ ଅହମଦ ଫୈଜ କହିଛନ୍ତି ଯେ, ଉଦ୍ଧାରବାହିନୀଟି ମୃତାହତଙ୍କ ସଂଖ୍ୟା ମୂଲ୍ୟାଙ୍କନ କରୁଛନ୍ତି ଏବଂ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି ।










