29.1 C
Bhubaneswar
Friday, September 18, 2026
Homeଓଡିଶାପୌର ନିର୍ବାଚିତ ପାଇଁ ସଂଶୋଧିତ ସମୟସୂଚୀ ଜାରି

ପୌର ନିର୍ବାଚିତ ପାଇଁ ସଂଶୋଧିତ ସମୟସୂଚୀ ଜାରି

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ । ସଂଶୋଧିତ ସମୟସୂଚୀ ଜାରି କଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଆସନ୍ତା ୨୪ ସୁଦ୍ଧା ପୋରସଂସ୍ଥା ଓ ଏନଏସିର ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ପାଇଛି । ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ପର୍କିତ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯିବ । ଏହାପରେ ଜନସାଧାରଣଙ୍କଠାରୁ ଆପତ୍ତି ଓ ପ୍ରସ୍ତାବ ଗ୍ରହଣ କରାଯିବ । ଅକ୍ଟୋବର ୩ ଆପତ୍ତି ଓ ପ୍ରସ୍ତାବ ଦାଖଲର ଶେଷ ତାରିଖ ।ଅକ୍ଟୋବର ୭ ସୁଦ୍ଧା ବାହାରିବ ପ୍ରୋଭିଜନାଲ ବିଜ୍ଞପ୍ତି । ଅକ୍ଟୋବର ୭ରୁ ୨୧ ମଧ୍ୟରେ ସରକାରଙ୍କ ନିକଟରେ ଅପିଲ କରିପାରିବେ । ଅପିଲର ଶୁଣାଣି ଓ ନିଷ୍ପତ୍ତି ପ୍ରକ୍ରିୟା ଅକ୍ଟୋବର ୨୬ରୁ ୨୮ ମଧ୍ୟରେ ହେବ । ଅପିଲର ନିଷ୍ପତ୍ତି ପରେ ଅକ୍ଟୋବର ୩୧ ସୁଦ୍ଧା ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking