32.1 C
Bhubaneswar
Wednesday, September 16, 2026
Homeଦେଶ ବିଦେଶସୁଡାନରେ ବଡ଼ ଦୁର୍ଘଟଣା: ସୁନା ଖଣି ଧସି ୬୦ ମୃତ, ଅନେକ ନିଖୋଜ

ସୁଡାନରେ ବଡ଼ ଦୁର୍ଘଟଣା: ସୁନା ଖଣି ଧସି ୬୦ ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ : ସୁଡାନର ୱେଷ୍ଟ କର୍ଡୋଫାନ୍ ଅଞ୍ଚଳରେ ଏକ ବଡ଼ ସୁନା ଖଣି ଦୁର୍ଘଟଣା ଘଟିଛି । ଅଲ୍-ନୁହୁଦ ସହରର ଉତ୍ତରରେ ଥିବା ଏକ ଖଣି ଧସିପଡ଼ିବାରୁ ଅତି କମ୍‌ରେ ୬୦ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ମଧ୍ୟ ଅନେକ ଲୋକ ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି । ଗତ ରବିବାର ଏହି ଖଣି ଧସିଥିବା ବେଳେ ବୁଧବାର ସୁଦ୍ଧା ୬୦ଟି ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ତିନିଜଣ ସ୍ଥାନୀୟ ସୂତ୍ର ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଥିବାରୁ ଖଣି ଭିତରେ ଆହୁରି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।ସୁଡାନ ଆଫ୍ରିକାର ପ୍ରମୁଖ ସୁନା ଉତ୍ପାଦନକାରୀ ଦେଶ ମଧ୍ୟରୁ ଅନ୍ୟତମ । ଦେଶରେ ସୁନାର ଏକ ବଡ଼ ଅଂଶ ପାରମ୍ପରିକ ଓ ଅନିୟମିତ ଖଣି ମାଧ୍ୟମରେ ଉତ୍ତୋଳନ କରାଯାଏ । ଅନେକ ଖଣିରେ ଆଧୁନିକ ସୁରକ୍ଷା ବ୍ୟବସ୍ଥା, ଉପକରଣ ଓ ଉଦ୍ଧାର ପ୍ରଣାଳୀର ଅଭାବ ଥିବାରୁ ଏଭଳି ଦୁର୍ଘଟଣାର ଆଶଙ୍କା ଅଧିକ ରହିଥାଏ । ସୁନାର ଏକ ଅଂଶ ଅବୈଧ ଭାବେ ବିକ୍ରି ଓ ଚୋରାଚାଲାଣ ହେଉଥିବା ନେଇ ମଧ୍ୟ ରିପୋର୍ଟ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking