27.1 C
Bhubaneswar
Thursday, September 24, 2026
Homeଓଡିଶାପ୍ରବଳ ବର୍ଷା ପାଇଁ ନବରଙ୍ଗପୁରରେ ଆସନ୍ତାକାଲି ସ୍କୁଲ୍ ଛୁଟି

ପ୍ରବଳ ବର୍ଷା ପାଇଁ ନବରଙ୍ଗପୁରରେ ଆସନ୍ତାକାଲି ସ୍କୁଲ୍ ଛୁଟି

ନବରଙ୍ଗପୁର: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାରେ ସ୍କୁଲ୍ ଛୁଟିକୁ ଆଉ ଦିନକ ପାଇଁ ବଢ଼ାଯାଇଛି। ଜିଲ୍ଲାପାଳଙ୍କ ନିଷ୍ପତ୍ତିକ୍ରମେ ଆସନ୍ତାକାଲି ମଧ୍ୟ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।ଲଗାଣ ବର୍ଷା ଯୋଗୁଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଆଜି ପର୍ଯ୍ୟନ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଥିଲା। ତେବେ ବର୍ଷା ପରିସ୍ଥିତିରେ ତୁରନ୍ତ ସୁଧାର ନ ଆସିବାରୁ ଛୁଟି ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking