ଭୁବନେଶ୍ୱର: ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି, ଏମଏମଡିଆର ଉପରେ ଆଲୋଚନା କରାଯିବା ନେଇ ଦାବି କରିଛୁ । ଆମେ ଅପେକ୍ଷା ବି କରିଛୁ, ନହେଲେ ଦଳ ଯାହା ନିଷ୍ପତ୍ତି ନେବ । ଦଳ ଯାହା ନିଷ୍ପତ୍ତି ନେବ ସେହି ଅନୁଯାୟୀ ଆମେ କାର୍ଯ୍ୟ କରିବୁ । ଗୃହ ଚାଲିବାରେ ସହଯୋଗ କରିବୁ କି ନାହିଁ ତାହା ଆମ ଦଳ ନିଷ୍ପତ୍ତି ନେବ ।ଆସନ୍ତାକାଲି ବିଧାନସଭା ମୌସୁମୀ ଅଧିବେଶନ ବେଶ ସରଗରମ ହେବାକୁ ଯାଉଛି । ଶାସକ ବିରୋଧୀ ମୁହାଁମୁହିଁ ହେବେ ବୋଲି ଆଶା କରାଯାଉଛି । ଅଧିବଶନରେ ମୋଟ ୯ଟି କାର୍ଯ୍ୟ ଦିବସ ରହିଛି । ତେବେ ବଡ କଥା ହେଉଛି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ନା ଗୃହ ଅଚଳ ରହିବ ତାହା ଦେଖିବାକୁ ବାକି ରହିଲା ।










