28.1 C
Bhubaneswar
Monday, September 21, 2026
Homeଓଡିଶାଜାଗୃତି ମହିଳା ମହାସଂଘ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ:୩୧ ୟୁନିଟ ରକ୍ତ ସଂଗ୍ରହ

ଜାଗୃତି ମହିଳା ମହାସଂଘ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ:୩୧ ୟୁନିଟ ରକ୍ତ ସଂଗ୍ରହ

ସୁନାବେଡ଼ା: ସୁନାବେଡା ସ୍ଥିତ ଜାଗୃତି ମହିଳା ମହାସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି। ଶାଶ୍ଵତୀ ମହିଳା ମହାସଂଘ ଓ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତ୍ତକ ଫୋରମ୍ ର ସହଯୋଗ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମହାସଂଘ ର ଉପଦେଷ୍ଟା ସ୍ଵର୍ଣ୍ଣ ପ୍ରଭା ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ସୁନାବେଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ରୋଶନୀ ଖେସ୍ ମୁଖ୍ୟ ଅତିଥି ଏବଂ ସେମିଲିଗୁଡା ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ଅଧ୍ଯକ୍ଷା ଶାହେଦା ପରୱିନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ , ଉଭୟ ମହିଳା ମହାସଂଘ, ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ନିୟମିତ ଭାବେ ରକ୍ତଦାନ ଭଳି ମହତ୍ କାର୍ଯ୍ୟ କରୁଥିବା ଯୋଗୁଁ ମହାସଂଘର କର୍ମକର୍ତ୍ତା ଙ୍କୁ ପ୍ରଶଂସା କରିଥିଲେ। ଶିବାନୀ ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନିଲେନ୍ଦ୍ରି ତୁରୁକ ଧନ୍ୟବାଦ ଅର୍ପଣ କରିଥିଲେ। ଶାଶ୍ଵତୀ ମହିଳା ମହାସଂଘ ର ଉପଦେଷ୍ଟା ଅଶ୍ଵିନୀ ପଟ୍ଟନାୟକ, ଚନ୍ଦନ ପଟ୍ଟନାୟକ, ଡି ବି ଡି ଏମ୍ ଏଫ୍, ର ବରିଷ୍ଠ କର୍ମକର୍ତ୍ତା ଶେଖ ଇବ୍ରାହିମ, ଗୋବିନ୍ଦ ବଲ୍ଲଭ ପାଢ଼ୀ, ସ୍ୱରାଜ ରାୟ,କନ୍ଧ ମହାରଣା ପ୍ରମୁଖ ରକ୍ତଦାନ ଶିବିର ପରିଚାଳନା କରିଥିଲେ।ଉକ୍ତ ଶିବିରରେ ତିନୋଟି ଦମ୍ପତି ପ୍ରଶାନ୍ତ ବୌଦ୍ଧ ଏବଂ ମମତା ବୌଦ୍ଧ, ରବୀନ୍ଦ୍ର ଓଝା ଏବଂ ଆଶାରାଣୀ ଓଝା , ଅମିତ କୁମାର ଦୁବେ ଏବଂ ନେହା ଦୁବେ ଙ୍କ ସମେତ ସୌମ୍ୟ ରଞ୍ଜନ ପଟ୍ଟନାୟକ, ରୂପାଲୀ ହିଆଲ୍, ପ୍ରଭାସିନୀ ଜେନା, ସ୍ଵପ୍ନା ମହାରଣା, ରଶ୍ମିତା ସାହୁ ଙ୍କ ସମେତ ସମୁଦାୟ ୩୧ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଏହି ଅବସରରେ ଡି ବି ଡି ଏମ ଏଫ୍ ତରଫରୁ ମହିଳା ମହାସଂଘ ର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking