ସୋର: ଅନନ୍ତପୁର ଥାନା ନାୟକବନ୍ଧ ଛକ ନିକଟରେ ଜଣେ ମହିଳାଙ୍କ ବେକରୁ ଦୁଇଜଣ ଦୁର୍ବୃତ୍ତ ସୁନା ଚେନ ଝାମ୍ପିନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଆଜି ପୂର୍ବାହ୍ନରେ ସୋର ଥାନା ଜଗନ୍ନାଥପୁର ଗ୍ରାମର ଶରତ କୁମାର ରାୟ ଓ ତାଙ୍କ ସ୍ତ୍ରୀବିଜୟଲକ୍ଷ୍ମୀ ରାୟ ବାଇକ ଯୋଗେ ଖନ୍ତାପଡା ଅଭିମୁଖେ ଯାଉଥିଲେ।ଏହି ସମୟରେ ଅନନ୍ତପୁର ଥାନା ନାୟକବନ୍ଧ ଛକ ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ଅପାଚି ବାଇକରେ ଆସି ବିଜୟଲକ୍ଷ୍ମୀଙ୍କ ବେକରୁ ୧୮ ଗ୍ରାମ ଓଜନରସୁନା ଚେନ ଝାମ୍ପି ନେଇ ବାଲେଶ୍ୱର ଅଭିମୁଖେ ଫେରାର ହୋଇଯାଇଥିଲେ। ଏନେଇ ବିଜୟଲକ୍ଷ୍ମୀ ଅନନ୍ତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।










