28.1 C
Bhubaneswar
Monday, September 21, 2026
Homeଓଡିଶାରେସ୍ତୋରାଁରେ ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ

ରେସ୍ତୋରାଁରେ ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ

ବାଲେଶ୍ବର: ବାଲେଶ୍ୱର ସହର ଡିଆଇସି ଛକ ନିକଟସ୍ଥ ଶାନ୍ତି ରେସ୍ତୋରାଁରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ପ୍ରାୟ ସାଢ଼େ ୧୦ଟା ସମୟରେ ରେସ୍ତୋରାଁରେ ଥିବା ଗ୍ୟାସ୍ ଟାଙ୍କି ଫାଟିଯିବା ପରେ ହଠାତ୍ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଦେଖୁ ଦେଖୁ ନିଆଁ ରେସ୍ତୋରାଁର ବିଭିନ୍ନ ଅଂଶକୁ ବ୍ୟାପିଯାଇଥିଲା।

ଅଗ୍ନିକାଣ୍ଡରେ ରେସ୍ତୋରାଁଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ନିକଟରେ ଥିବା କିଛି ଗାଡ଼ି ମଧ୍ୟ ନିଆଁରେ ପୋଡ଼ି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରୁ ଧୂଆଁର ମୋଟା ଆସ୍ତରଣ ଦୂରରୁ ଦେଖିବାକୁ ମିଳିଥିଲା।ଘଟଣା ସମ୍ପର୍କରେ ସୂଚନା ପାଇ ବାଲେଶ୍ୱର ଅଗ୍ନିଶମ ବାହିନୀର ୩ଟି ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଗ୍ୟାସ୍ ଟାଙ୍କି ବିସ୍ଫୋରଣ ପରେ ଅନ୍ୟ ଟାଙ୍କିକୁ ପ୍ରଥମେ ଅଗ୍ନିଶମ ବାହିନୀ ସତର୍କତାର ସହ ବାହାର କରିଦେଇଥିଲା।

ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ କୌଣସି ଜୀବନହାନି ହୋଇଥିବା ଖବର ମିଳିନାହିଁ। ତେବେ ଅଗ୍ନିକାଣ୍ଡରେ ମୋଟ କେତେ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି ଏବଂ କେତେ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି, ସେନେଇ ସ୍ପଷ୍ଟ ସୂଚନା ଅଗ୍ନିଶମ ଅପରେସନ୍ ସରିବା ପରେ ଜଣାପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking