ଜୟପୁର: ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା ଯୁକ୍ତ ତିନି ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି (ଏବିଲିଟି ଏନହାନ୍ସମେଣ୍ଟ କୋର୍ସ) ବାଧ୍ୟତାମୂଳକ ଇଂରାଜୀ ପ୍ରଶ୍ନପତ୍ର ହ୍ୱାଟ୍ସଆପ୍ରେ ପ୍ରଘଟ ହୋଇଛି। ଏହି କଥା ଜଣାପଡ଼ିବା ପରେ ଆଜିର (ଶନିବାର) ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଆଜି ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ହେବାର ଥିଲା। ଏହି ପରୀକ୍ଷା ସ୍ଥଗିତ ରହିଛି। ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କୋରାପୁଟ ସାଇବର ଥାନାରେ ଅଭିଯୋଗ କରାଯାଇଛି। ଛାତ୍ରଛାତ୍ରୀମାନେ ତାଙ୍କୁ ୪ରୁ ୫ଟି ଭିନ୍ନ ପ୍ରଶ୍ନପତ୍ର ଦେଖାଇଥିଲେ। ସେଥିମଧ୍ୟରୁ ଗୋଟିଏ ପ୍ରଶ୍ନପତ୍ର ଆଜି ହେବାକୁ ଥିବା ଏଇସିସି ଇଂରାଜୀ ପରୀକ୍ଷାର ମୂଳ ପ୍ରଶ୍ନପତ୍ର ସହ ମେଳ ଖାଉଥିବା ଜଣାପଡ଼ିଥିଲା।ଏହା ଜଣାପଡ଼ିବା ପରେ ପରୀକ୍ଷାର ସ୍ବଚ୍ଛତା ଓ ବିଶ୍ବସନୀୟତା ଦୃଷ୍ଟିରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ପରୀକ୍ଷା ସ୍ଥଗିତ କରିଥିଲେ।










