ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ । ବର୍ତ୍ତମାନ ଟ୍ରିପିଲ ଇଞ୍ଜିନ ସରକାର କହି କଟାକ୍ଷ କଲେ ପ୍ରମିଳା ମଲିକ। ଆନ୍ତରିକତା ଥିଲେ ଗୋଟିଏ କିମ୍ବା ଦୁଇ ଦିନରେ ଏହା ସମାଧାନ ହୁଅନ୍ତା । ମିଛରେ ଆଲୋଚନା ଚାଲିଛି, ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି, ଲୋକଙ୍କ ସ୍ୱାର୍ଥରେ କିଛି ନିଷ୍ପତ୍ତି ହୋଇନି କହିଲେ ବିଧାୟକ ଅଶୋକ ଦାସ । ମହାନଦୀ ପ୍ରସଙ୍ଗ କେବଳ ବୈଠକ ବସୁଛି, ମାତ୍ର ସମାଧାନ ନାହିଁ । ଏହାକୁ ଆମେ ବିଧାନସଭାରେ ଉଠାଇବୁ କହିଲେ ବିଧାୟକ ଅଶୋକ ଦାସ ।










