27.1 C
Bhubaneswar
Thursday, September 24, 2026
Homeଓଡିଶାକୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିକୁ ରେଡ୍‌ ଆଲର୍ଟ

କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିକୁ ରେଡ୍‌ ଆଲର୍ଟ

ଭୂବନେଶ୍ୱର : ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଉପରେ ସକ୍ରିୟ ରହିଛି ଗଭୀର ଅବପାତ । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବା ବେଳେ ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସ୍ଥଳଭାଗକୁ ପ୍ରବେଶ କରିବାର ସମ୍ଭାବନା ରହିଛି ।ବର୍ତ୍ତମାନ ଗଭୀର ଅବପାତଟି ରାୟଗଡ଼ାଠାରୁ ପ୍ରାୟ ୮୦ କିଲୋମିଟର, କଳିଙ୍ଗପଟନମଠାରୁ ୭୦ କିଲୋମିଟର ଏବଂ ଜଗଦଲପୁରଠାରୁ ୮୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ଓଡ଼ିଶା ଦେଇ ଗତି କରି ଛତିଶଗଡ଼ ଆଡ଼କୁ ଯିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।

ଓଡ଼ିଶାରେ ପ୍ରବେଶ ସମୟରେ ଏହା ଗଭୀର ଅବପାତ ଭାବେ ରହିବ । ପରବର୍ତ୍ତୀ ସମୟରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିବ । ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ସେହିପରି ମାଲକାନଗିରି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଓ ଗଜପତିକୁ ଅରେଞ୍ଜ୍‌ ଆଲର୍ଟ ଜାରି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking