ଭୁବନେଶ୍ୱର: ସ୍କ୍ରବଟାଇଫସକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । କହିଲେ ସ୍କ୍ରବଟାଇଫସକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । ସୁନ୍ଦରଗଡ, ପାଲଲହଡାରୁ କିଛି ଇସ୍ୟୁ ଆସିଛି । ଆଉ ଥରେ ତାର ତର୍ଜମା ହେବ । ରାୟଗଡାରେ ଜଣ୍ଡିସ ବ୍ୟାପିବା ଖବରର ତର୍ଜମା କରାଯାଉଛି । ଡାକ୍ତରୀ ଟିମର ମନିଟରିଂ ଚାଲିଛି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରେ ବାସୀ ଖାଦ୍ୟ ନେଇ ରେଡ କରାଯାଉଛି । ଅନୁଗୁଳ ପାଲଲହଡାରେ ସ୍କ୍ରବ ଟାଇଫସର ଆତଙ୍କ ଖେଳିଯିବା ପରେ ଭୟରେ ଅଛନ୍ତି ଗ୍ରାମବାସୀ । ଏପଟେ ସୁନ୍ଦରଗଡରେ ମଧ୍ୟ ଏହାକୁ ନେଇ ସଚେତନ କରୁଛି ସ୍ୱାସ୍ଥ୍ୟ ବିଭାଗ ।










