ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରାକୁ ପୂରିବ ୨ ବର୍ଷ , ଦୀପ ଜାଳିବାକୁ ମହିଳାଙ୍କୁ ଆହ୍ୱାନ । ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଘରେ ଘରେ ଦୀପ ଜାଳିବେ ମହିଳା । ୩୩୮ ଜାଗାରେ ହେବ ପ୍ରତିଯୋଗିତା ଓ ସେଲିବ୍ରିସନ । ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ, ଅଙ୍ଗନୱାଡିରେ ହେବ ରଙ୍ଗୋଲି କାର୍ଯ୍ୟକ୍ରମ । ୨୦୨୪ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା । ୨ ବର୍ଷରେ ୨୫ ହଜାର ୮୦୦ କୋଟି ଟଙ୍କା ହିତାଧିକାରୀଙ୍କୁ ଦିଆଯାଇଛି । ୨୬ ପ୍ରତିଶତରୁ ଅଧିକ ମହିଳା ଉଦ୍ୟୋଗ ପତି ବୋଲି କହିଛନ୍ତି ପ୍ରଭାତୀ ପରିଡା । ଆସନ୍ତା ଏପ୍ରିଲ ୧ ତାରିଖରୁ ମାସେ ପାଇଁ ଖୋଲିବ ସୁଭଦ୍ରା ପୋର୍ଟାଲ । ଯେଉଁମାନଙ୍କୁ ୨୧ ବର୍ଷ ହେବ ସେମାନେ ଆବେଦନ କରିପାରିବେ । ଯେଉଁମାନେ ଆଇଟି ରିଟର୍ଣ୍ଣ, ଜମି ପଞ୍ଜିକରଣ ପାଇଁ ବାଦ ପଡିଛନ୍ତି ଯାଞ୍ଚ ଚାଲିଛି । ସେମାନଙ୍କ ତଥ୍ୟ ଯାଞ୍ଚ କରି ବ୍ଲକ ସ୍ତରୀୟ/ ଜିଲ୍ଲା ସ୍ତରୀୟ କମିଟି ଦେଲେ ସାମିଲ ।










