ବ୍ରହ୍ମପୁର: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା । ଏନେଇ ସୂଚନା ଦେଲେ ବ୍ରହ୍ମପୁର ଏସପି ଶରବଣା ବିବେକ । ସାକ୍ଷୀଙ୍କୁ ଫୋନରେ ଧମକଚମକ ଦେବା ଅଭିଯୋଗରେ ମାମଲା ରହିଛି । ଜେଲ ଭିତରୁ ଡା. ସୁଶାନ୍ତ ପାଣିଗ୍ରାହୀଙ୍କ ଫୋନରେ ଧମକାଇଥିବା ଅଭିଯୋଗ ହୋଇଛି । ଏନେଇ ଗୋଷାଣୀ ନୂଆଗାଁ ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି । ମଦନ ବଦଳାଇଙ୍କ ନାଁରେ ମଧ୍ୟ ଧମକାଇବା ଅଭିଯୋଗରେ ହୋଇଛି ସାନି ମାମଲା । ସୂଚନାଥାଉକି, କିଛି ଦିନ ତଳେ ଆଇଜୀବୀ ପୀତବାସ ହତ୍ୟାକାଣ୍ଡ ମାମଲାରେ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଆଉ ଏନେଇ ବିଜେଡି କର୍ମୀ, ପରିବାର ଏବଂ ପ୍ରଶଂସକଙ୍କ ମଧ୍ୟରେ ଏକ ଖୁସିର ବାତାବରଣ ଖେଳିଯାଇଥିଲା । ତେବେ ସର୍ତ୍ତମୂଳକ ଜାମିନରେ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା , ସାକ୍ଷୀଙ୍କୁ ଧମକ ଚମକ ଦେବେ ନାହିଁ , ବିନା ଅନୁମତିରେ ରାଜ୍ୟ କିମ୍ବା ଦେଶ ବାହାରକୁ ଯାଇପାରିବେ ନାହିଁ, ହେଲେ ଏବେ ସାକ୍ଷୀଙ୍କୁ ଧମକ ଦେବା ଖବର ସାମ୍ନାକୁ ଆସିଛି। ଜେଲ ଭିତରେ କିପରି ଫୋନ ରେ କଥା ହେଲେ, କେହି କିପରି ଜାଣିପାରିଲେ ନାହିଁ ତାହା ଏବେ ବଡ ପ୍ରଶ୍ନ । ତେବେ ଏହି ଘଟଣାର କେତେ ଦୂର ସତ୍ୟାସତ୍ୟ ରହିଛି , ଏହି ଘଟଣାକୁ କିଭଳି ତଦନ୍ତ କରାଯିବ ତାହା ଉପରେ ସମସ୍ତଙ୍କ ନଜିର ରହିଛି ।










