39.1 C
Bhubaneswar
Wednesday, September 16, 2026
Homeଓଡିଶାକାନ୍ଧରେ ଶବ ବୋହି ବାସୁଖି ନଦୀ ପାର ହେଲେ ସମ୍ପର୍କୀୟ

କାନ୍ଧରେ ଶବ ବୋହି ବାସୁଖି ନଦୀ ପାର ହେଲେ ସମ୍ପର୍କୀୟ

କୋରାପୁଟ: ଶବ ସତ୍କାର ପାଇଁ ଉଛୁଳା ନଦୀ ପାର । ପୋଲ ନଥିବାରୁ ମୃତକଙ୍କୁ କାନ୍ଧରେ ବୋହି ନଦୀ ପାର ହେଲେ ସମ୍ପର୍କୀୟ । ଗୋଟିଏ ପଟେ ଲଗାଣ ବର୍ଷା, ଅନ୍ୟପଟେ ଉଛୁଳା ବାସୁଖି ନଦୀ । ନଦୀ ଉପରେ ପୋଲ ନଥିବାରୁ ବାଧ୍ୟ ହୋଇ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହୋଇଥିଲେ ଲୋକେ । ଏଭଳି ଏକ ଦୁଃଖଦ ଓ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତ ଅନ୍ତର୍ଗତ ଦେବଶଣ୍ଡଗୁଡ଼ା ଗ୍ରାମରେ ।ଦେବଷଣ୍ଡଗୁଡ଼ା ଗ୍ରାମର ପାତେଖରା ନାମକ ଜଣେ ଵୃଦ୍ଧା ମହିଳାଙ୍କର ମୃତ୍ୟୁ ପରେ ନଦୀ ପାର ହୋଇ ଶବ ସତ୍କାର କରିବାକୁ ଯାଇଛନ୍ତି ଲୋକ । ଗତ ଦୁଇ ଦିନ ତଳେ ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେହି ବାସୁଖି ନଦି ପାର ହୋଇ ଶବକୁ ଶ୍ମଶାନ ନେଇ ଅନ୍ତିମ ସଂସ୍କାର କରାଯାଇ ଥିଲା । ଆଜି ପୁଣି ଉଛଳା ବାସୁଖି ନଦି ଦୁଇ ପାର୍ଶ୍ୟରେ ରଶି ବାନ୍ଧି ପାର ହେଵାର ଦେଖିବାକୁ ମିଳିଛି । ବାସୁଖି ନଦୀ ଉପରେ ପୋଲ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ମଞ୍ଜୁରୀ ମିଳିଥିବା ସୂଚନା ରହିଛି । ତେବେ ମଞ୍ଜୁରୀ ପରେ ନିର୍ମାଣ କାମ କେବେ ଆରମ୍ଭ ହେବ ଏବଂ କେବେ ଏହି ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦୁର୍ଦ୍ଦଶା ଦୂର ହେବ, ତାହାକୁ ନେଇ ଅପେକ୍ଷାରେ ଅଛନ୍ତି ଦେବଷଣ୍ଡଗୁଡ଼ା ବାସୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking