ନବରଙ୍ଗପୁର: ବିନା ଅନୁମତିରେ ଗଛକାଟି ଫରେଷ୍ଟର ସସ୍ପେଣ୍ଡ । ତେବେ କେବଳ ଗଛକଟା ନୁହେଁ ଆର୍ଥିକ ଅନିୟମିତତା ନେଇ ମଧ୍ୟ ଅଭିଯୋଗରେ ଥିବା ବେଳେ ନିଲମ୍ବିତ ହୋଇଛନ୍ତି ଫରେଷ୍ଟର । ନବରଙ୍ଗପୁର ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନର ଫରେଷ୍ଟର ବିପିନ କୁମାର ହରିଜନ ନିଲମ୍ବିତ ହୋଇଛନ୍ତି । ଝରିଗାଁ ରେଞ୍ଜ ମୋହରା ସେକ୍ସନରେ କାର୍ଯ୍ୟରତ ଥିବା ସମୟରେ ଦେଓବନ୍ଧରୁ ଜାମାଦରପଡ଼ା ରାସ୍ତାରେ ବେଆଇନ ଭାବେ ୟୁକାଲିପ୍ଟସ୍ ଗଛ କାଟିବା ଓ ଆର୍ଥିକ ଅନିୟମିତତା ନେଇ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି । କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନହେବାରୁ ଗତକାଲି ବିଳମ୍ବିତ ରାତିରେ ନିଲମ୍ବିତ କରିଛନ୍ତି ନବରଙ୍ଗପୁର ବନଖଣ୍ଡ ଅଧିକାରୀ ।










