28.1 C
Bhubaneswar
Friday, September 18, 2026
Homeଓଡିଶାଦୁଇ ଗୁଜୁରାଟି ବିକୁଛନ୍ତି, ଦୁଇ ଗୁଜୁରାଟି କିଣୁଛନ୍ତି

ଦୁଇ ଗୁଜୁରାଟି ବିକୁଛନ୍ତି, ଦୁଇ ଗୁଜୁରାଟି କିଣୁଛନ୍ତି

ଭୁବନେଶ୍ୱର: ଏମଏମଡିଆର ଆଇନ ବିରୋଧରେ କଂଗ୍ରେସର ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ ପରିପେକ୍ଷୀରେ ସୁନ୍ଦରଗଡ଼ଠାରେ ଏକ ବିଶାଳ ପ୍ରତିବାଦ ସମାବେଶକୁ ସମ୍ବୋଧନକରି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି କହିଲେ, ପୂର୍ବରୁ
BJD ଲୁଟୁଥିଲା, ଏବେ BJP ଲୁଟୁଛି। ସବୁବେଳେ ସାଧାରଣ ଜନତା ଲୁଟର ଶିକାର ହେଉଛି l କେବଳ କଂଗ୍ରେସ ହିଁ ଆପଣମାନଙ୍କୁ ସେବା କରିପାରିବ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯିଏ ରକ୍ତରେ ଲଥପଥ ହୋଇ ଜନତାଙ୍କ ପାଇଁ ସଂଗ୍ରାମ କରନ୍ତି, ଯିଏ ନିୟମଗିରି ପାହାଡ଼କୁ ବଞ୍ଚାଇଥିଲେ ତାଙ୍କ ନେତୃତ୍ଵରେ ହିଁ ଲୋକଙ୍କ ସରକାର ଗଠନ ହୋଇପାରିବ। ଆପଣଙ୍କ ପ୍ରତି କେବଳ କଂଗ୍ରେସର ସମର୍ପଣ ଭାବ ଅଛି। ଏହି ଜମି ଜଙ୍ଗଲ ଖଣିଜ ସମ୍ପଦ ଆମ ବାପ ଅଜାଙ୍କର, ଏମାନେ କି ଶାସନ କରୁଛନ୍ତି ନା ଲୋକଙ୍କୁ ଲୁଟ୍ କରୁଛନ୍ତି। ରକ୍ତ ଶୋଷଣ କରୁଛନ୍ତି। ଏମାନେ ସ୍ଵାଧୀନତା ସଂଗ୍ରାମରେ କୁଆଡ଼େ ଥିଲେ ? ଏମାନେ ଲୁଟେରା।ଇଣ୍ଡିଆ ମେଣ୍ଟର ସମସ୍ତ ଦଳ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହି ଭୂମି ଜନତାଙ୍କ, ଦଳିତ ଭାଇ, ଆଦିବାସୀ ଓ ଗରିବଙ୍କ, ସେମାନଙ୍କ ଅଧିକାର ପୁଞ୍ଜିପତି ଛଡାଇ ନେଇ ପାରିବେ ନାହିଁ।ଆପଣମାନେ ନୀରବ ରହିଲେ ହେବନାହିଁ। ଆପଣଙ୍କୁ ନିଜ ଅଧିକାର ପାଇଁ ସ୍ଵର ଉତ୍ତୋଳନ କରିବାକୁ ପଡ଼ିବ।

ଶିକ୍ଷା ବ୍ୟବସ୍ଥା ଧ୍ବଂସ କରିସାରିଲେଣି, ଆମ ପିଲାମାନଙ୍କୁ ଗୋଲାମ ଓ ନିକମ୍ମା କରିବାକୁ ଚାହୁଁଛି BJP ସରକାର । ଯେଉଁ ସରକାର ନିକମ୍ମା ସେଇ ସରକାର ବଦଳିବା ଦରକାର । ଏମାନେ ହେଉଛନ୍ତି ବେପାରୀ, ମୋଦୀ ଓ ଶାହ ହେଉଛନ୍ତି ବ୍ୟାପାରୀ । ଏମାନେ ଆମର ସମସ୍ତ ଜମି ନିଜ ପାଖକୁ ନେଇ ଗଲେଣି । ଆପଣ ଜମି ଓ ଜଙ୍ଗଲକୁ ବଞ୍ଚାଇବାକୁ ହେଲେ ସଂଗ୍ରାମ କରିବାକୁ ପଡିବ ନଚେତ୍ ଦିନ ଆସିବ ଆପଣଙ୍କ ଅଧିକାର ସବୁ ହରାଇ ବସିବେ । ଆପଣଙ୍କ ପାଖରେ କିଛି ରହିବ ନାହିଁ । ଆମର ଟଙ୍କାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ପାଇଁ ମାସେକାଳ ଯାକଜମକରେ ଦୀପ ଜଳାଇବା ପାଇଁ ସରକାର କହୁଛନ୍ତି, ଏଠାରେ ଲୋକ ଜଳ ଜଙ୍ଗଲ ଜମି ହରାଇ କରୁଣ ବିସ୍ଥାପିତ ହେଉଥିବାବେଳେ ଜନ୍ମଦିନ ପାଳନ କରିବା ଅତ୍ୟନ୍ତ ଦୁଃଖଦ । ଆଗାମୀ ଦିନରେ ୫୦ ହଜାର ଲୋକଙ୍କ ସହ ବିଧାନସଭା ଘେରାଉ କରାଯିବ । ସେଦିନ ଘୋଷଣା କରିବୁ ରାଜ୍ୟର କୌଣସି ଖଣି ଚାଲିବ ନାହିଁ । ସବୁ ବନ୍ଦ ରହିବ । ଜନବିରୋଧୀ ନିଲ୍ଲଜ ସରକାର ବିରୁଦ୍ଧରେ ସଂଗ୍ରାମ ହେବ । MMDR ବିଲ୍ ପ୍ରତ୍ୟାହାର ନ’ହେଲେ ସାଧାରଣ ଜନତା ଉଠାଇ ଦେବେ ବୋଲି ସଭାପତି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି ।

ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇ ନିଜ ବକ୍ତବ୍ୟରେ କହିଲେ, ମୁଁ ଗାନ୍ଧୀ ଓ ସର୍ଦ୍ଦାରଙ୍କ ଗୁଜୁରାଟରୁ ଆସିଛି, ଦୁଇ ଲୁଟେରାଙ୍କ ଗୁଜୁରାଟରୁ ଆସିନି । ଆପଣଙ୍କ ରାଜ୍ୟରୁ ବାହାର ରାଜ୍ୟକୁ ଦାଦନ ଯାଆନ୍ତି କାରଣ ଆପଣଙ୍କ ଭୂମିତଳେ ବହୁମୂଲ୍ୟ ଖଣିଜ ସମ୍ପଦ ଅଛି । ପୁଞ୍ଜିପତି ଆପଣଙ୍କ ଜମିରୁ ଆପଣଙ୍କୁ ବିତାଡିତ କରି ଦାଦନ ରୂପେ ପଠାଇବାକୁ ବାଧ୍ୟ କରୁଛନ୍ତି । ଦୁଇ ଗୁଜୁରାଟି ଦେଶକୁ ବିକୁଛନ୍ତି ଓ ଦୁଇ ଗୁଜୁରାଟି କିଣୁଛନ୍ତି “ହମ ଦୋ ହମାରେ ଦୋ, ଦେଶକୋ ବେଚ ଦୋ” ଏପରି ଧନ୍ଦା ଚଲାଇଛନ୍ତି । ଆପଣଙ୍କ ରାଜ୍ୟର ୧୦ ହଜାର କୋଟି ଖଣି ଟଙ୍କା ଲୁଟିବାକୁ ସୁଦୂର ଦିଲ୍ଲୀରେ ବସିଛନ୍ତି ଓ ରାଜ୍ୟରେ ଦୁଇଜଣ କାଠ ପିତୁଳା ସ୍ଥାପନ କରିଛନ୍ତି ।ମୁଁ ଆପଣ ମାନଙ୍କୁ ଆଗ୍ରହ କରୁଛି ନିଜର ଓ ନିଜ ଭବିଷ୍ୟତର ବଂଶଧରଙ୍କ ପ୍ରତି ଚିନ୍ତା କରନ୍ତୁ, ନିଜ ଅଧିକାର ପାଇଁ ଏହି ଆଇନର ପ୍ରବଳ ବିରୋଧ କରନ୍ତୁ ବୋଲି ଶ୍ରୀ ଦେଶାଇ ଆହ୍ୱାନ ଜଣାଇଥିଲେ l ଆଜିର ପ୍ରତିବାଦ ସମାବେଶରେ ଏଆଇସିସି ସହ ପ୍ରଭାରୀ ମୟୁର ଜୟ କୁମାର, ପୂର୍ବତନ ବିଧାୟକ ଓ ଓପିସିସି ଉପସଭାପତି ସଂଗଠନ ସନ୍ତୋଷ ସିଂ ସାଲୁଜା, ବିଧାୟକ ସିଏସ ରାଜେନ ଏକ୍କା, ଓପିସିସି କୋଷାଧକ୍ଷ ସିଦ୍ଧାର୍ଥ ଦାଶ, ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିର୍ମଳ ନାଏକ, କଂଗ୍ରେସ ନେତ୍ରୀ ଅମିତା ବିଶ୍ୱାଳ ପ୍ରମୁଖଙ୍କ ସହ ହଜାର ହଜାର କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking