30.1 C
Bhubaneswar
Tuesday, November 3, 2026
Homeଓଡିଶାଗଞ୍ଜାମରେ ବିଦ୍ୟୁତ ଓ ଜଳ ଯୋଗାଣ ମରାମତିରେ ସରକାରୀ ଆଇଟିଆଇ ଛାତ୍ର

ଗଞ୍ଜାମରେ ବିଦ୍ୟୁତ ଓ ଜଳ ଯୋଗାଣ ମରାମତିରେ ସରକାରୀ ଆଇଟିଆଇ ଛାତ୍ର

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳ ଯୋଗାଣ ବ୍ୟବସ୍ଥା ଓ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ଜିଲ୍ଲାର ବିଭିନ୍ନa ଅଞ୍ଚଳରେ ପାଣି ଉଠା ପମ୍ପ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ କ୍ଷତିଗ୍ରସ୍ତ ହୋଇ ଅକାମୀ ହୋଇପଡ଼ିଛି। ଏପରି ପରିସ୍ଥିତିରେ ଜିଲ୍ଲାର ୫ଟି ସରକାରୀ ଆଇ.ଟି.ଆଇ. ଓ ସରକାରୀ ଇଞ୍ଜିନିୟରିଂ କଲେଜର ଛାତ୍ରମାନେ ମରାମତି କାର୍ଯ୍ୟରେ ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ଆସିକା ଉପଖଣ୍ଡ ଚିକିତ୍ସାଳୟରେ କ୍ଷତିଗ୍ରସ୍ତ ବୈଦ୍ୟୁତିକ ସାମଗ୍ରୀର ମରାମତି କାର୍ଯ୍ୟ ମଧ୍ୟ ସଫଳତାର ସହ ସମ୍ପନ୍ନ କରିଛନ୍ତି ।

ସରକାରୀ ଆଇ.ଟି.ଆଇ., ବ୍ରହ୍ମପୁର, ଶେରଗଡ଼, ପୁରୁଷୋତ୍ତମପୁର, ହିଞ୍ଜିଳିକାଟୁ ଓ ଛତ୍ରପୁର ସହିତ ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ, ବ୍ରହ୍ମପୁରର ଛାତ୍ରମାନେ ଏହି କାର୍ଯ୍ୟରେ ଯୋଗଦେଇଛନ୍ତି । ସେମାନେ କ୍ଷତିଗ୍ରସ୍ତ ବୈଦ୍ୟୁତିକ ଉପକରଣ ଏବଂ ଜଳ ଯୋଗାଣ ବ୍ୟବସ୍ଥାର ମରାମତି କରି ସାଧାରଣ ଜୀବନଯାତ୍ରା ସ୍ୱାଭାବିକ କରିବାକୁ ଉଦ୍ୟମ କରୁଛନ୍ତି।ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ପୁନରୁଦ୍ଧାର କାର୍ଯ୍ୟରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଛାତ୍ର ଦଳଙ୍କୁ ଜଣେ ଲେଖାଏଁ ସୁପରଭାଇଜର ତଦାରଖ କରୁଛନ୍ତି । ବୈଷୟିକ ଶିକ୍ଷାକୁ ସାମାଜିକ ସେବା ସହ ଯୋଡ଼ି ଏହି ଯୁବ ଛାତ୍ରଛାତ୍ରୀମାନେ ବିପର୍ଯ୍ୟୟ ପରବର୍ତ୍ତୀ ପୁନର୍ବାସ ଓ ପୁନରୁଦ୍ଧାର କାର୍ଯ୍ୟରେ ନିଜ ଦକ୍ଷତାର ସଫଳ ପରିଚୟ ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking