ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଛି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କୋଟିଆ ପ୍ରସଙ୍ଗକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖି କହିଛନ୍ତି, କୋଟିଆ ଓଡିଶାର ଅବିଚ୍ଛେଦ୍ୟ ଅଙ୍ଗ, କେହି ଏହାକୁ ଅଲଗା କରିପାରିବେନି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ଆନ୍ଧ୍ର ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିଛି । ଆନ୍ଧ୍ର ବିରୋଧରେ ଆମେ ସୁପ୍ରିମକୋର୍ଟ ଯାଇଛୁ କହିଛନ୍ତି ରାଜସ୍ୱ ମନ୍ତ୍ରୀ । କୋଟିଆ ପ୍ରସଙ୍ଗରେ ସବୁ ଦଳର ନେତା ବି ଏକଜୁଟ ଅଛନ୍ତି । ୨୦୨୧ ନିର୍ବାଚନରେ ଆନ୍ଧ୍ର କୋଟିଆରେ ପୋଲିଂ ବୁଥ କରିଥିଲା । କିନ୍ତୁ ଓଡିଶାର ବିରୋଧ ପରେ ଏଥର କୋଟିଆରେ ପୋଲିଂ ବୁଥ କରିନି ଆନ୍ଧ୍ର । କୋଟିଆରେ ଆମେ ଆନ୍ଧ୍ରର ଯୋଜନା ନିଶ୍ଚୟ ପଣ୍ଡ କରିବୁ କହିଛନ୍ତି ମନ୍ତ୍ରୀ ।










